ଲଗାଣ ବର୍ଷାରେ ଭୁଷୁଡିଲା କାନ୍ଥ, ଚାଲିଗଲା ବୃଦ୍ଧଙ୍କ ଜୀବନ

11

କେନ୍ଦ୍ରାପଡା,୧୩/୦୯/୨୧ (ଜିଲ୍ଲା ଖବର) : ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ତୁହାକୁ ତୁହା ବର୍ଷା ହେଉଥିବାବେଳେ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। କେନ୍ଦ୍ରାପଡାରେ ଅଘଟଣ ଘଟିଥିବା ଦେଖିବାକୁ ମିଳିଛି। ମାଟି କାନ୍ଥ ପଡ଼ି ଜଣେ ବୃଦ୍ଧ ମୃତ । ମୃତକ ହେଲେ ପାଟକୁରା ଥାନା ବଡ଼ବବତରା ଗାଁର ୬୦ ବର୍ଷୀୟ ଅଭୟ ମହାପାତ୍ର ।

ଗତକାଲି ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ କାନ୍ଥ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ସେପଟେ ମାର୍ଶାଘାଇ ବ୍ଲକ ରାମଚନ୍ଦ୍ରପୁର ଗାଁରେ ଅଳ୍ପକେ ବର୍ତ୍ତିଲେ ଦୁଇ ଶିଶୁପୁତ୍ର । ଗାଁର ଜୀତେନ୍ଦ୍ର ସେଠୀ ନିଜ ପରିବାର ସହ ଶୋଇଥିବା ବେଳେ ଘରର କାନ୍ଥ ଭାଙ୍ଗିଯାଇଥିଲା । ତେବେ ଦୁଇ ଶିଶୁପୁତ୍ର ସହ ଜୀତେନ୍ଦ୍ର ଓ ତାଙ୍କ ପତ୍ନୀଙ୍କୁ ଗ୍ରାମବାସୀ ଉଦ୍ଧାର କରିଥିଲେ ।