Wednesday, November 11, 2026
Home ଆଞ୍ଚଳିକ ଗାଁ ଦାଣ୍ଡରେ ଲହଡି ମାରୁଛି ଚିଲିକା ପାଣି

ଗାଁ ଦାଣ୍ଡରେ ଲହଡି ମାରୁଛି ଚିଲିକା ପାଣି

5

ଖୋର୍ଦ୍ଧା,୧୩/୦୯/୨୧ (ଜିଲ୍ଲା ଖବର) :  ଲଗାଣ ବର୍ଷା ଯୋଗୁଁ ଅଶାନ୍ତ ହୋଇଛି ଚିଲିକା । କୂଳ ଲଂଘି ଗାଁକୁ ମାଡ଼ି ଆସିଛି ପାଣି । ଫଳରେ ଅନେକ ମତ୍ସ୍ୟଜୀବୀଙ୍କ ଡଙ୍ଗା ପାଣିରେ ବୁଡ଼ି ଯାଇଛି । ଚିଲିକା ଉପକୂଳବର୍ତ୍ତୀ  ଅଞ୍ଚଳରେ ଘର ଭିତରେ ମଧ୍ୟ ପାଣି ପଶିଛି । ବର୍ଷା କମୁ ନଥିବାରୁ ବହୁ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି ।

ବର୍ଷା ଥମିବାର ନାଁ ଧରୁନଥିବା ବେଳେ ବେଶୀ ଆତଙ୍କିତ  ଅବସ୍ଥାରେ ଅଛନ୍ତି ଚିଲିକା ଉପକୂଳବାସୀ  । ଗାଁ ଦାଣ୍ଡରେ ଚିଲିକା ଏବଂ ନଈ ପାଣି ଲହଡି ମାରୁଛି । ପରିସ୍ଥିତି  ଭୟଙ୍କର ହେବାର ଲାଗିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ  ଜରିପଡା ପଞ୍ଚାୟତର ଜଗନ୍ନାଥ ପୁର ଗ୍ରାମରେ ।

 ଅନ୍ୟପଟେ ଏପର୍ଯ୍ୟନ୍ତ ଘଟଣାସ୍ଥଳରେ  କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବା ଜଣା ପଡ଼ିଛି । ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି ।