
ନୂଆଦିଲ୍ଲୀ, ୧୩/୦୯/୨୧ (ଜିଲ୍ଲା ଖବର) : ଜଣାଶୁଣା ଫିଲ୍ମ ମେକର୍ସ ଆଦିତ୍ୟ ଚୋପ୍ରା ଫିଲ୍ମ ଇଣ୍ଡଷ୍ଟ୍ରିର ଦୈନିକ କର୍ମଚାରୀଙ୍କ ପାଇଁ ଆର୍ଥିକ ସହାୟତା ଯୋଗାଇବାକୁ ଘୋଷଣା କରିଛନ୍ତି । କୋଭିଡ୍-୧୯ ରେ ରିଲିଫ୍ ସାହାଯ୍ୟରେ ଏହି ଅଭିଯାନକୁ ବଜାୟ ରଖିବା ପାଇଁ ସେ ୟଶ ଚୋପ୍ରା ଫାଉଣ୍ଡେସନ୍ ଅଧୀନରେ ‘ସାଥି କାର୍ଡ’ ଆରମ୍ଭ କରିଛନ୍ତି । ଏହାକୁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ବ୍ୟବହାର କରି ହେବ।
ଏଥିରେ ‘ଦ ୟଶ ଚୋପ୍ରା ଫାଉଣ୍ଡେସନ୍’ରେ କାର୍ଯ୍ୟରତ ବ୍ୟକ୍ତିଙ୍କୁ ୨ ଲକ୍ଷ ଟଙ୍କା ଯାଏଁ ସ୍ୱାସ୍ଥ୍ୟ ବୀମା, ରାସନ ସାମଗ୍ରୀ, ସ୍କୁଲ ଭତ୍ତା,ବାର୍ଷିକ ସ୍ୱାସ୍ଥ୍ୟ ପରୀକ୍ଷା ସମେତ ଅନ୍ୟ ସୁବିଧା ମଧ୍ୟ ଉପଲବ୍ଧ କରାଯିବ। ଏ ନେଇ ଆଦିତ୍ୟ ବିଜ୍ଞପ୍ତି ଜାରି କରି ଜଣାଇଛନ୍ତି ।
ଯେଉଁମାନେ ଫିଲ୍ମ ଦୁନିଆର ମେରୁଦଣ୍ଡ ସେମାନଙ୍କୁ ସହାୟତା ଯୋଗାଇବା ପାଇଁ , ଏହା ଏକ ଉଦ୍ୟମ ମାତ୍ର। ଏମାନଙ୍କୁ ଏବେ ସାହାଯ୍ୟ କଲେ ଆଗାମୀ ଦିନରେ ଆମ ଇଣ୍ଡଷ୍ଟ୍ରୀ ସୁରକ୍ଷିତ ରହିବ। ଆଦିତ୍ୟ ଚୋପ୍ରାଙ୍କ ବ୍ୟାନର ‘ୟଶରାଜ ଫିଲ୍ମସ୍’ର ବରିଷ୍ଠ ଉପାଧ୍ୟକ୍ଷ ଅକ୍ଷୟ ବିଧାନୀ ଫିଲ୍ମ ଜଗତର ମୂଳଦୁଆଙ୍କୁ ସାହାଯ୍ୟ କରିବା ‘ସାଥୀ କାର୍ଡ’ର ଲକ୍ଷ୍ୟ ବୋଲି କହିଛନ୍ତି ।


