Sunday, November 15, 2026
Home ଆଞ୍ଚଳିକ ବିଜେପିରେ ମିଶିଲେ ଉତ୍ତରାଖଣ୍ଡର କଂଗ୍ରେସ ବିଧାୟକ

ବିଜେପିରେ ମିଶିଲେ ଉତ୍ତରାଖଣ୍ଡର କଂଗ୍ରେସ ବିଧାୟକ

10

୧୩/୦୯/୨୧ (ଜିଲ୍ଲା ଖବର) : କଂଗ୍ରେସକୁ ବଡ଼ ଝଟକା। ଉତ୍ତରାଖଣ୍ଡ କଂଗ୍ରେସ ବିଧାୟକ ରାଜକୁମାର ଦଳ ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି।

ପୁରୋଲାରୁ ବିଜୟ ହୋଇଥିବା  କଂଗ୍ରେସ ବିଧାୟକ ଦିଲ୍ଲୀର ବିଜେପି କାର୍ଯ୍ୟାଳୟରେ ବରିଷ୍ଠ ବିଜେପି ନେତାଙ୍କ ଉପସ୍ଥିତିରେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି, ରାଜ୍ୟ ସଭାପତି ମଦନ କୌଶିକ, ଅନିଲ ବାଲୁନି ଜାତୀୟ ମିଡିଆ ଇନଚାର୍ଜ ପ୍ରମୁଖ ଉପସ୍ଥିତ ଥିଲେ।

ଆଗକୁ ବିଧାନସଭା ନିର୍ବାଚନ ଥିବା ବେଳେ କଂଗ୍ରେସ ଦଳର ବିଧାୟକ ଦଳ ଛାଡିବା ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବ ।