Home ଆଞ୍ଚଳିକ ବିଶ୍ଵ ରେକର୍ଡ : ଦ୍ଵିତୀୟ ଥର ପାଇଁ ଟି-୨୦ରେ ୨୦୦ରୁ ଅଧିକ ରନରେ ଜିତିଲା ତାଞ୍ଜାନିଆ...

ବିଶ୍ଵ ରେକର୍ଡ : ଦ୍ଵିତୀୟ ଥର ପାଇଁ ଟି-୨୦ରେ ୨୦୦ରୁ ଅଧିକ ରନରେ ଜିତିଲା ତାଞ୍ଜାନିଆ ମହିଳା ଦଳ

3

୧୩/୦୯/୨୧ (ଜିଲ୍ଲା ଖବର) : ତାଞ୍ଜାନିଆ ମହିଳା ଦଳ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଇତିହାସ ସୃଷ୍ଟି କରିଛି। ମହିଳା ଟି-୨୦ ବିଶ୍ୱକପ ଯୋଗ୍ୟତା ମ୍ୟାଚରେ ତାଞ୍ଜାନିଆ ମୋଜାମ୍ବିକକୁ ୨୦୦ ରନରେ ପରାସ୍ତ କରି ବିଶ୍ୱରେକର୍ଡ ବଜାୟ ରଖିଛି।

ସେମାନେ ବିଶ୍ୱର ପ୍ରଥମ ମହିଳା ଦଳ ଭାବରେ ୨୦୦ କିମ୍ବା ଅଧିକ ରନରେ ଦୁଇଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଜିତିଛନ୍ତି। ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ତାଞ୍ଜାନିଆ ୨୦ ଓଭରରେ ୪ଟି ୱିକେଟ ହରାଇ ୨୨୮ ରନ କରିଥିଲେ। ଏହାର ଜବାବରେ ମୋଜାମ୍ବିକର ପୁରା ଦଳ ୧୨.୫ ଓଭରରେ ୨୮ ରନ୍ ପାଇଁ କରି ପାରିଥିଲେ।

ଏହା ପୂର୍ବରୁ ୨୦୧୯ରେ, ତାଞ୍ଜାନିଆ ମାଲିକୁ ୨୬୮ ରନରେ ପରାସ୍ତ କରିଥିଲା। ମହିଳା ଟି-20 ଆନ୍ତର୍ଜାତୀୟ କ୍ରିକେଟରେ ଏହା ହେଉଛି ପଞ୍ଚମ ଥର ଯେତେବେଳେ ଏକ ଦଳ 200 କିମ୍ବା ତା’ଠାରୁ ଅଧିକ ବ୍ୟବଧାନରେ ଏକ ମ୍ୟାଚ୍ ଜିତିଛି।