Home ଅପରାଧ ଅଟୋରୁ ମହିଳାଙ୍କୁ ଫିଙ୍ଗି ଖସି ପଳାଇଲେ ଦୁର୍ବୃତ୍ତ

ଅଟୋରୁ ମହିଳାଙ୍କୁ ଫିଙ୍ଗି ଖସି ପଳାଇଲେ ଦୁର୍ବୃତ୍ତ

7

ମୟୂରଭଞ୍ଜ, ୧୩/୦୯/୨୧ (ଜିଲ୍ଲା ଖବର) : ଅଟୋରୁ ମହିଳାଙ୍କୁ ଫିଙ୍ଗି ଖସି ପଳାଇଲେ ଦୁର୍ବୃତ୍ତ। ଏଭଳି ଏକ ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ବାଘୁଆଶୋଳ ନିକଟରେ ସାମ୍ନାକୁ ଆସିଛି।

ମୋରଡ଼ା-ବାରିପଦା ମୁଖ୍ୟ ରାସ୍ତାର ବାଘୁଆଶୋଳ ପରେ ରହିଥିବା ବୁଦୁବୁଦିଆ ଜଙ୍ଗଲ ରାସ୍ତା ପାର୍ଶ୍ଵରେ ଅଟୋରୁ ମହିଳାଙ୍କୁ ଫିଙ୍ଗି ଦୁର୍ବୃତ୍ତ ଖସି ପଳାଇବା ବେଳେ ପାଖରେ ଥିବା ଗୋରୁ ଜଗୁଆଳମାନେ ଏହା ଦେଖି ଘଟଣାସ୍ଥଳରେ ପହଞ୍ଚିଥିଲେ।

ପରେ ସ୍ଥାନୀୟ ଲୋକମାନେ ଘଟଣା ସମ୍ପର୍କରେ ବାରିପଦା ସଦର ଥାନା ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଖବରପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପିଆରଏମ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ପଠାଇଥିଲେ। ସେଠାରେ ମହିଳାଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା ବେଳେ ଏପର୍ଯ୍ୟନ୍ତ ପରିଚୟ ସ୍ପଷ୍ଟ ହୋଇ ପାରିନାହିଁ କି ଘଟଣାର କାରଣ ଜଣାପଡିନାହିଁ। ତେବେ ଏନେଇ ଅଧିକ ତଦନ୍ତ ଜାରି ରହିଛି।