Home ଅପରାଧ 108 ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଆକ୍ରମଣ

108 ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଆକ୍ରମଣ

9

ବାଲେଶ୍ଵର,୧୩/୦୯/୨୧ (ଜିଲ୍ଲା ଖବର) : 108 ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଆକ୍ରମଣ । ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଆଗରେ ଆକ୍ରମଣର ଶିକାର ହୋଇଛନ୍ତି ଆମ୍ବୁଲାନ୍ସ କର୍ମଚାରୀ  ଶଶୀକାନ୍ତ ଦାସ।

 ଅନ୍ୟ ଏକ ଘରୋଇ ଆମ୍ବୁଲାନ୍ସର ଡ୍ରାଇଭର କଟୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହା ସହ 108 ଆମ୍ବୁଲାନ୍ସର କାଚ ଭାଙ୍ଗିବା ସହ ଟାୟାରକୁ ହାଣିଥିବା ଜଣାପଡିଛି।

 ଶଶୀକାନ୍ତ ହସ୍ପିଟାଲ ଫାଣ୍ଡିରେ ଲିଖିତ ଅଭିଯୋଗ ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି କଟୁରୀ ଜବତ କରିଛି । ଅନ୍ୟପଟେ  ପ୍ରାଇଭେଟ ଆମ୍ବୁଲାନ୍ସଗୁଡ଼ିକୁ ହସ୍ପିଟାଲ ଭିତରକୁ ନପୂରାଇବାକୁ ସାଧାରଣରେ ଦାବି ହେଉଛି।