Wednesday, October 14, 2026
Home ଅପରାଧ ନୂଆଁଖାଇରେ ମାଁ ସମଲେଶ୍ଵରୀଙ୍କୁ ଅପମାନ

ନୂଆଁଖାଇରେ ମାଁ ସମଲେଶ୍ଵରୀଙ୍କୁ ଅପମାନ

8

ସମ୍ବଲପୁର, ୧୩/୦୯/୨୧ (ଜିଲ୍ଲା ଖବର) : ନୂଆଁଖାଇରେ ମାଁ ସମଲେଶ୍ଵରୀଙ୍କୁ ଅପମାନ । ମାଁ’ଙ୍କୁ ଅପମାନ କରିଛି ଆରମ୍ଭ ହୋଇଥିବା ଲାଇଟ୍ ଏଣ୍ତ ସାଉଣ୍ତ ସୋ । ସମଲେଶ୍ବରୀ ମନ୍ଦିର ଉପରେ ଜୋତା ରହିଥିବା ଚିତ୍ର ଲାଇଟ ସୋରେ ଦେଖିବାକୁ ମିଳିଛି ।

ପଶ୍ଚିମ ଓଡିଶା ଗଣପର୍ବ ନୂଆଁଖାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲାଇଟ୍ ଏଣ୍ତ ସାଉଣ୍ତ ସୋକୁ ଉଦଘାଟନ କରିଥିଲେ। ଏହି ଦିନରେ ମାଁ ଙ୍କ ମନ୍ଦିର ଉପରେ ଜୋତା ଚିହ୍ନ ରହିଥିବା ଲାଇଟ ସୋ ଦେଖିବାକୁ ମିଳିଥିଲା ।

ଯାହା ମାଁ ସମଲେଶ୍ଵରୀଙ୍କୁ ଅପମାନ କରାଯିବା ସହ ମାଁ’ଙ୍କ ଆଧ୍ୟାତ୍ମିକତାକୁ ନଷ୍ଟ କରାଯାଉଛି ବୋଲି ଅଭିଯୋଗ ହୋଇଛି। ରାଜ୍ୟ ସରକାର ଏଥିପାଇଁ କ୍ଷମା ମାଗିବା ସହ ଲାଇଟ ସୋ ରହିଥିବା ଜୋତା ଚିହ୍ନ ଭିଜୁଆଲକୁ ତୁରନ୍ତ ଡିଲିଟ କରିବା ପାଇଁ ଦାବି ହୋଇଛି।