
ମୟୂରଭଞ୍ଜ, ୧୩/୦୯/୨୧ (ଜିଲ୍ଲା ଖବର) : ମେଡିସିନ ବୋତଲରୁ ବାହାରିଲା ସାପ ଭଳି ଦେଖା ଯାଉଥିବା ଜୀବ। ମୟୂରଭଞ୍ଜ ଜିଲ୍ଲା ବାରିପଦା ପିଆରଏମ ହସ୍ପିଟାଲ ବିରୁଦ୍ଧରେ ଆସିଲା ସଙ୍ଗୀନ ଅଭିଯୋଗ।
ସୂଚନା ଅନୁଯାୟୀ, ବାରିପଦା ସୁନଗଡ଼ିଆ ନିବାସୀ ସେକ ସେରାଜୁଲ ନିଜ ୩ବର୍ଷର ଶିଶୁର ଦେହ ଖରାପ ଥିବାରୁ ପରିବାର ଲୋକେ ତାକୁ ବାରିପଦା ସ୍ଥିତ ପି.ଆର.ଏମ. ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇ ଯାଇଥିଲେ। ଡାକ୍ତର ଶିଶୁଟିକୁ ଦେଖି ସାରିବା ପରେ ମେଡିସିନ ପ୍ରେସକ୍ରାଇବ୍ କରିଥିଲେ ଏବଂ ସମସ୍ତ ଔଷଧ ଡାକ୍ତରଖାନା ପରିସରରେ ଥିବା ନିରାମୟରୁ ଔଷଧାଳୟରୁ ଔଷଧ ମଧ୍ୟ ନେଇଥିଲେ । ହେଲେ ଶିଶୁକୁ ଓଷଧ ଖୁଆଇ ପାଇଁ ଯାଉଥିବା ସମୟରେ ଏକ ଓଷଧ ବୋତଲରେ କଳା ରଙ୍ଗର କିଛି ପଡିଥିବାର ଲକ୍ଷ୍ୟ କରିଥଲେ ଯାହା ଆଖିକୁ ସାପ ଛୁଆ ପରି ଦେଖାଯାଉଥିଲା । ଏନେଇ ନିରାମୟରେ ଅଭିଯୋଗ କରିବାରୁ ସେମାନେ ମଧ୍ୟ ଏହି ଘଟଣାର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ।
ଡାକ୍ତରଖାନାର କୌଣସି ଅଧିକାରୀ ଏ ନେଇ କୌଣସି ସ୍ପଷ୍ଟୀକରଣ ଦେଇପାରିନଥିବାରୁ ଶେଖ୍ ରାଜା ଏନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ବାରିପଦା ଟାଉନ ଥାନାରେ ଏହି ଘଟଣା ବାବଦରେ ଲିଖିତ ଅଭିଯୋଗ ହେବାପରେ ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି ।



