
୧୩/୦୯/୨୧ (ଜିଲ୍ଲା ଖବର) : ମୂର୍ତ୍ତି ଉଚ୍ଚତା ଓ ଆବଦ୍ଧ ପୂଜା ପ୍ରସଙ୍ଗରେ କଟକିଆଙ୍କ ଭାବାବେଗ ସହ ଖେଳ । ଏନେଇ ରାଜ୍ୟ ସରକାରଙ୍କ ନିଷ୍ପତିକୁ ସହଜରେ ଗ୍ରହଣ କରିପାରୁନଥିବା ବେଳେ ଉଚ୍ଚତା ସହିତ କୋଭିଡ ସମ୍ପର୍କ କଣ ରହିଛି ଉତର ଖୋଜୁଛନ୍ତି କଟକବାସୀ।
ରାଜ୍ୟ ସରକାରଙ୍କ ଅଜବ ନିଷ୍ପତ୍ତିକୁ ବିରୋଧ କରି ଆଜି କଟକ ବିଜେପି ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦରେ ସାମିଲ ହେବାକୁ ବିଜେପି ପକ୍ଷରୁ ସମସ୍ତ ପୂଜା କମିଟିକୁ ଅନୁରୋଧ କରାଯାଇଛି। ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛି ବିଜେପି । ଅନ୍ୟପଟେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ କଟକ ବିଜେଡି ଭିତରେ ମତଭେଦ ସାମ୍ନାକୁ ଆସିଛି।
ନିଷ୍ପତ୍ତିକୁ ନେଇ ଦଳ ଏବେ ଦୁଇ ଫାଳ ହୋଇଥିବା ଦେଖିବାକୁ ମିଳିଛି। ଶାନ୍ତି କମିଟି ବୈଠକରେ ଭତ୍ତୃହରି ମହତାବଙ୍କ ନିଷ୍ପତ୍ତି ପୁନର୍ବିଚାର ଦାବିକୁ ନେଇ ବିଜେଡି ନେତା ଦେବାଶିଷ ସାମନ୍ତରାୟ ଟାର୍ଗେଟ କରିବା ସହ ଭର୍ତ୍ତୃହରିଙ୍କ ମନ୍ତବ୍ୟ କଟକରେ ବିଭ୍ରାଟ ସୃଷ୍ଟି କରିଛି ବୋଲି କହିଛନ୍ତି।



