
୧୩/୦୯/୨୧ (ଜିଲ୍ଲା ଖବର) : ଯୁକ୍ତ ୨ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ମେଧା ତାଲିକା। ଏହି ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ୧୪ରୁ ୨୧ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଯୁକ୍ତ ୨ ନାମଲେଖା ପୂର୍ବାହ୍ନ ସାଢ଼େ ୧୧ଟାରେ ତାଲିକା ପ୍ରକାଶ ପାଇବା ସହ ବିଭିନ୍ନ କଲେଜ କଟ୍ ଅଫ୍ ମାର୍କ ମଧ୍ୟ ଉପଲବ୍ଧ ହେବ।
ତେବେ ନାମଲେଖା ସମୟରେ ଯେପରି କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ, ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ଏ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ଇଣ୍ଟିମେସନ୍ ଲେଟର୍ରେ ସବିଶେଷ ତଥ୍ୟ ରହିବା ପିଲାମାନେ କେଉଁ ସମୟରେ ନାମଲେଖା ପାଇଁ କ୍ୟାମ୍ପସକୁ ଆସିବେ, ସେନେଇ ଇଣ୍ଟିମେସନ୍ ଲେଟର୍ରେ ଉଲ୍ଲେଖ କରାଯିବ।


