
ହିଞ୍ଜିଳିକାଟୁ,୧୨/୯(ଜିଲ୍ଲା ଖବର) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଗାୟତ୍ରୀ ନଗର ରେ ଏକ ଜୁଆ ଆଡ୍ଡା ଉପରେ ରବିବାର ସଂନ୍ଧ୍ୟାରେ କୌଣସି ସୂତ୍ରରୁ ଖବରପାଇ ହିଞ୍ଜିଳି ପୋଲିସ ଚଢ଼ଉ କରିଛି । ଚଢ଼ଉରେ 11 ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ 63 ହଜାର ୫ଶହ ଟଙ୍କା ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ ନଂ 476/21ରେ ଏକ ମାମଲା ରୁଜୁ ହୋଇଛି ।ଆଗାମୀ ଦିନରେ ସ୍ଥାନୀୟ ଥାନା ଅଞ୍ଚଳରୁ ଜୁଆ ଖେଳକୁ ସମ୍ପୁର୍ଣ୍ଣ ଲୋପ କରାଯିବା ସହିତ ଚଢ଼ଉ ଜାରି ରହିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।
ହିଂଜିଳିକାଟୁ , ତାପସ କୁମାର ପଣ୍ଡା ।



