
ଜେନାପୁର,୧୨/୯(ଜିଲ୍ଲା ଖବର) : ଯାଜପୁର ଜିଲ୍ଲା ଜେନାପୁର ଅଞ୍ଚଳରେ ସମାଜସେବୀ ଓ ବୃଦ୍ଧିଜୀବୀ ମାନଙ୍କ ପକ୍ଷରୁ ଜେନାପୁର ଥାନାର ନୂଆ ଥାନା ଭାରାପ୍ରାପ୍ତ ଅଧିକାରୀ ଶ୍ରୀ ଯୁକ୍ତ ଶ୍ରବଣ କୁମାର ରଣା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି, ରବିବାର ଅପରାହ୍ନ ରେ ସମାଜସେବୀ ପ୍ରହଲାଦ ମଲ୍ଲିକ ଙ୍କ ନେତୃତ୍ୱରେ, ରବି ନାରାୟଣ ସାହୁ, ରାକେଶ ଜେନା, ରାମ ରାଉତ, ସୁଜିତ ମଲ୍ଲିକ, ଗଙ୍ଗା ପଣ୍ଡା, ଦିଜ ସାହୁ, ଆଲୋକ ମଲ୍ଲିକ, ଟୁନା ଦାସ, ପ୍ରମୁଖ ଜେନାପୁର ଥାନାରେ ପହଁଚି(IIC)ଶ୍ରୀ ଯୁକ୍ତ ରଣା ଙ୍କୁ ଫୁଲତୋଡ଼ା ଉପହାର ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ, ଜେନାପୁର ଥାନା ଅଞ୍ଚଳରେ ଆଇନ ଶୁଙ୍ଖଳା ବଜାଇ ରଖିବା ସହିତ ପୋଲିସ ସମାଜସେବୀ ବୃଦ୍ଧିଜୀବୀ ଏବଂ ପବ୍ଲିକ ମଧ୍ୟରେ ଉତ୍ତମ ସମ୍ପର୍କ ବଜାଇ ରଖି କାମ କରିବା ପାଇଁ(IIC)ଶ୍ରୀ ଯୁକ୍ତ ରଣା ପ୍ରତିଶ୍ରୁତି ଦେଇଛନ୍ତି ।




