Thursday, October 15, 2026
Home ଆଞ୍ଚଳିକ ଆବାସ ଯୋଜନା ପ୍ରହସନ; ଭଙ୍ଗାଘରେ ବିତୁଛି ଦିନ

ଆବାସ ଯୋଜନା ପ୍ରହସନ; ଭଙ୍ଗାଘରେ ବିତୁଛି ଦିନ

35

ବିଷମକଟକ-୧୨-୯,(ଜିଲ୍ଲା ଖବର):
ସରକାର ଗରିବ ଗୁରୁବା ମାନଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଥିବା ବେଳେ ତାହା ପ୍ରକୃତରେ ସେମାନଙ୍କ ନିକଟରେ ପହଞ୍ଚି ପାରୁ ନାହିଁ। ଜନପ୍ରତିନିଧି ହେଉ କିମ୍ବା ସରକାରୀ କର୍ମଚାରୀ ଙ୍କ ଉଦାସୀନତା ଏଥିପାଇଁ ଶହେ ଗୁଣରେ ଦାୟୀ। ବିଷମକଟକ ବ୍କକ୍ ଅନ୍ତର୍ଗତ ହାଟମୁନିଗୁଡା ଗ୍ରାମ ପଚାୟତର ଶୁଙ୍କୁରୁପଡା ଗ୍ରାମର ନରସିଂହ ଉଲ୍ଲାକା ଙ୍କ ପରିବାର ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି। ଅତି ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ପରିବାର ଚଳିବା ବହୁତ କଷ୍ଟ। ନରସିଂହ ଉଲ୍ଲାକା ଙ୍କ ପାଇଁ ମାଟି ତିଆରି ଭଙ୍ଗା ଦଦରା ଘର ହିଁ ଆଶ୍ରସ୍ଥାଳୀ। କାନ୍ଥ ଫାଟି ମେଲା ହୋଇଛି। ବର୍ଷା ପବନ ମାଡରେ କେତେବେଳେ ଯେ ତାହା ଭୁଶୁଡି ପଡିବ ତାହା କହିହେବ ନାହିଁ। ନରସିଂହ ଉଲ୍ଲାକା ଙ୍କ ପରିବାର କହିଲେ ସ୍ତ୍ରୀ ଓ ଶ୍ୱାମୀ ସହ ତାଙ୍କ ଭ ଉଣୀ ଓ ଭାଇଏହି ଚାରିଜଣ ଏହି ପରିବାରର ସଦସ୍ୟ। ଦିନ ମଜୁରିଆ ଭାବେ ପରିଚିତ ଥିବା ଏହି ପରିବାରକୁ ଆଜି ପର୍ଯ୍ୟନ୍ତ କୌଣସି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ବା ମୋ କୁଡିଆରେ ମଧ୍ୟ ସାମିଲ କରାଯାଇ ନଥିବା ଅଭିଯୋଗ କରିଛନ୍ତି ନରସିଂହ ଓ ତାଙ୍କ ପରିବାର।ବାହାରେ ମୂଲ ଲାଗି ପରିବାର ପ୍ରତି ପୋଷଣ କରନ୍ତି ନରସିଂହ।ଦିନିଏ ଖାଇଲେ ଦୁଇଦିନ ଓପାସ। ସରକାରୀ ସହାୟତା କହିଲେ ମିଳୁଥିବା ଚାଉଳ ମାସିକ ୨୦କିଲ ୫୦୦ ଟଙ୍କା ଭତା ହି ତାଙ୍କର ସରକାରୀ ସହାୟତା। ସରକାରୀ ସ୍ତରରେ ସୁରକ୍ଷିତ ଘର ଟିଏ ନାହିଁ। ଦୀର୍ଘ ୫ ବର୍ଷ ରୂ ଉର୍ଦ୍ଧ ହେବ ବିଷମକଟକ ବ୍କକ୍ କୁ ଯାଇ ନିରାଶ ହୋଇ ଫେରିଥିବା ଅଭିଯୋଗ କରିଛନ୍ତି ନରସିଂହ ଓ ତାଙ୍କ ପରିବାର। ତେଣୁ ତୁରନ୍ତ ଆବାସ ଯୋଜନାରେ ଏକ ଗୃହ ଯୋଗାଇ ଦେବାକୁ ଜନସାଧାରଣ ଦାବି କରିଛନ୍ତି। ଏନେଇ ଆମେ ବିଷମକଟକ ବିଡ଼ିଓ ଆଲବଟ୍ ଲାକ୍ରା ଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ନରସିଂହ ଙ୍କ ନାମ ଏସ୍ ଇ ସି ସି ତାଲିକା ରେ ଅଛିକି ନାହିଁ ତାର ତଦନ୍ତ କରି ନରସିଂହ ଙ୍କ ପରିବାର କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଯୋଗାଇ ଦିଆଯିବ ବୋଲି ବିଡ଼ିଓ ଆଲବଟ୍ ଲାକ୍ରା ପ୍ରକାଶ କରିଛନ୍ତି।

ରିପୋର୍ଟ : ପ୍ରସନ କୁମାର ପଣ୍ଡା