
ନୂଆଦିଲ୍ଲୀ, ୧୨/୦୯/୨୧ (ଜିଲ୍ଲା ଖବର) : ଗତ ଶନିବାର ଦିନ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ, ଅଭିନେତା ରଣବୀର ସିଂ , ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳୀ ପିଭି ସିନ୍ଧୁଙ୍କ ସହ ଖୁବ୍ ସୁନ୍ଦର ମୁହୂର୍ତ୍ତ ବିତାଇଛନ୍ତି । ଏହି ତିନି ଜଣ Bastian ରେଷ୍ଟୁରାଣ୍ଟ ବାହାରେ ସ୍ପଟ ହୋଇଥିଲେ । ତିନି ଜଣଙ୍କୁ ଏକଦମ୍ ଷ୍ଟାଇଲିଷ୍ଟ ଲୁକରେ ଦେଖିବାକୁ ମିଳିଥିଲା । ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଛାଇ ଯାଇଛି । ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରୁଛନ୍ତି ।
ବାସ୍ତବରେ ଦୀପିକା ମଧ୍ୟ ଜଣେ, ନ୍ୟାସନାଲ ଲେବୁଲ ବ୍ୟାଡମିଣ୍ଟନ ଖେଳାଳୀ ଥିଲେ । ଯାହାଦ୍ବାରା ପିଭି ସିନ୍ଧୁଙ୍କ ସହ ତାଙ୍କର ବହୁତ୍ ଭଲ ବନ୍ଧୁତା ରହିଛି ।
ଏହି ଫଟୋରେ ପିଭି ସିନ୍ଧୁ ,ଖୋଲା କେଶ ସାଙ୍ଗକୁ ହ୍ବାଇଟ କଲର ଡ୍ରେସରେ, ପୁରାପୁରି ଜବରଦସ୍ତ ଲାଗୁଥିବା ବେଳେ, ଦୀପିକା ମଧ୍ୟ ଏକ ହ୍ବାଇଟ ଟପ୍ସ ସାଙ୍ଗକୁ ବ୍ଲାକ୍ କଲର ପାଲାଜୋରେ ଖୁବ୍ ସୁନ୍ଦର ଲାଗୁଛନ୍ତି । ଏଥିରେ ରଣବୀର ମଧ୍ୟ ଏକଦମ୍ ହ୍ୟାଣ୍ଡସମ ଲୁକରେ ନଜର ଆସୁଛନ୍ତି । ସେଠାରେ ପାପାରାଜିଙ୍କ ସାମ୍ନାରେ ନଜର ଆସିବା ପରେ, ସେମାନେ ସେମାନଙ୍କର ସୁନ୍ଦର ସୁନ୍ଦର ଫଟୋ କ୍ଲିକ୍ କରିବାର ସୁଯୋଗ ମଧ୍ୟ ଦେଇଥିଲେ ।
ପ୍ରକାଶ ଥାଉକି, ଅଭିନେତ୍ରୀ ଦୀପିକା ପାଦୁକୋନ ହେଉଛନ୍ତି ଜଣାଶୁଣା ବ୍ୟାଡମିଣ୍ଟନ ଖେଳାଳୀ ପ୍ରକାଶ ପାଦୁକୋନଙ୍କ ଝିଅ ଅଟନ୍ତି । ବଲିଉଡରେ ପ୍ରବେଶ କରିବା ପୂର୍ବରୁ ସେ ବ୍ୟାଡମିଣ୍ଟନରେ ନ୍ୟାସନାଲ ଲେବୁଲ ଚମ୍ପିଆନସିପ୍ ଖେଳି ସାରିଥିଲେ । ହେଲେ ପରେ, ସେ ଅଭିନୟ ଦିଗରେ ନିଜକୁ ନିୟୋଜିକ କରି ଖେଳଠାରୁ ନିଜକୁ ଦୂରେଇ ନେଇଥିଲେ ।



