Saturday, November 14, 2026
Home ଆଞ୍ଚଳିକ ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ; ଆସନ୍ତାକାଲି 12 ଘଣ୍ଟିଆ କଟକ ବନ୍ଦ ଡାକରା ଦେଇଛି ବିଜେପି

ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ; ଆସନ୍ତାକାଲି 12 ଘଣ୍ଟିଆ କଟକ ବନ୍ଦ ଡାକରା ଦେଇଛି ବିଜେପି

6

୧୨/୦୯/୨୧ (ଜିଲ୍ଲା ଖବର) : କଟକରେ ମୂର୍ତ୍ତି ଉଚ୍ଚତା ଓ ଆବଦ୍ଧ ପୂଜା ପ୍ରସଙ୍ଗ । ଆସନ୍ତାକାଲି 12 ଘଣ୍ଟିଆ କଟକ ବନ୍ଦ ଡାକରା ଦେଇଛି ବିଜେପି । ବନ୍ଦରେ ସମସ୍ତ ପୂଜା କମିଟି ସାମିଲ ହେବା ପାଇଁ ନିବେଦନ କରିଛନ୍ତି ବରିଷ୍ଠ ବିଜେପି ନେତା ସମୀର ଦେ । ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ବିଜେପି ଚେତାବନୀ ଦେଇଛି । ସରକାର ଯଥା ଶୀଘ୍ର ନିଷ୍ପତ୍ତି ନେବା ପାଇଁ ଦାବି କରିଛି ଦଳ ।

ସୂଚନାଯୋଗ୍ୟ, କଟକ ଦଶହରାରେ ପରମ୍ପରା ମୁତାବକ ବଡ଼ ମୂର୍ତ୍ତି ତିଆରି ଅନୁମତି ପାଇଁ ପୁଣି ଥରେ ରାଜ୍ୟ ସରକାରଙ୍କୁ ନିଜର ନିଷ୍ପତ୍ତିର ପୁନର୍ବିଚାର ପାଇଁ ନିବେଦନ କରିଛି କଟକର ଶାନ୍ତି କମିଟି ଓ ପୂଜା କମିଟି । 16 ତାରିଖ ସୁଦ୍ଧା ଏନେଇ ନିଜ ନିଷ୍ପତ୍ତି ଜଣେଇବାକୁ କହିଲା କମିଟି ।

ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ଗତକାଲି ସାଧାରଣ ସଭାରେ ସର୍ଵସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି । ତେବେ 17 ତାରିଖ ଦିନ ଶାନ୍ତି କମିଟି ଓ ପୂଜା କମିଟିର ଆଉ ଏକ ବୈଠକ ଅନୁଷ୍ଠିତ ହେବ ଏବଂ ସେହି ବୈଠକରେ କମିଟି ପୂଜା ସମ୍ପର୍କରେ ତାର ପରବର୍ତ୍ତୀ ନିଷ୍ପତ୍ତି ନେବ ବୋଲି କହିଛନ୍ତି ପୂଜା କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀ ।  

କଟକ ଦୁର୍ଗା ପୂଜାରେ ମୂର୍ତ୍ତିର ଉଚ୍ଚତା ବୃଦ୍ଧି ଓ ସର୍ବସାଧାରଣଙ୍କ ଦର୍ଶନ ଦାବିକୁ ରାଜ୍ୟ ସରକାର ଅଗ୍ରାହ୍ୟ କରିବା ପରେ ଏହାକୁ ନେଇ କଟକ ପୂଜା କମିଟି ଓ ଶାନ୍ତି କମିଟିର ବୈଠକ ଡାକାଯାଇଥିଲ। । ଯେଉଁଥିରେ ପ୍ରବଳ ହୋହଲ୍ଲା ଦେଖିବାକୁ ମିଳିଥିଲା ।