
ଭୁବନେଶ୍ୱର, ୧୨/୦୯/୨୧ (ଜିଲ୍ଲା ଖବର) : ପୁଣି ମାତିଲେ ସାଇବର ଲୁଟେରା । ଆଖି ପିଛୁଳାକେ ଉଡ଼ିଗଲା ଦେଢ଼ ଲକ୍ଷ । ସାଇବର ଠକ ପାଖରେ ଥିଲା ଆଗରୁ ବ୍ୟାଙ୍କ ତଥ୍ୟ । ପ୍ରଥମେ ଏକ ଫୋନ କଲେ । ତା ପରେ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ପଚାରିଲେ । ପରେ ଏକାଧିକ ଟ୍ରାଞ୍ଜାକ୍ସନରେ କଟିଗଲା ଦେଢ଼ ଲକ୍ଷ ଟଙ୍କା । ଭୁବନେଶ୍ୱର ସାଇବର ଥାନା ଏ ନେଇ ଏକ ମାମଲା ରୁଜୁ ହୋଇଛି ।


