Saturday, October 10, 2026
Home ଅପରାଧ ରାସ୍ତାରୁ ମିଳିଲା ଡେଲିଭରୀ ବଏଙ୍କ ଚପଲ, ବ୍ୟାଗ

ରାସ୍ତାରୁ ମିଳିଲା ଡେଲିଭରୀ ବଏଙ୍କ ଚପଲ, ବ୍ୟାଗ

5

ଭୁବନେଶ୍ୱର, ୧୨/୦୯/୨୧ (ଜିଲ୍ଲା ଖବର) : ଧଉଳିରେ ଡେଲିଭରି ବଏକୁ ଅପହରଣ ଅଭିଯୋଗ । ଗତକାଲି ରାତିର ଘଟିଛି ଏ ଘଟଣା । Swiggy ଡେଲିଭରି ବଏଙ୍କ ଚପଲ, ବ୍ୟାଗ, ଗଂଜି ଓ ଏକ ଛୁରୀ ଦୟା ନଦୀ ରାସ୍ତାରେ ପଡ଼ିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

 ତେବେ ଅପହରଣକାରୀ ପରିବାର ଲୋକଙ୍କୁ ଭଏସ ମେସେଜରେ ଅପହରଣ ନେଇ ସୂଚନା ଦେଇଥିଲେ । ଧଉଳି ଥାନାରେ ଏନେଇ ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ଡେଲିଭରି ବଏଙ୍କ ଘର ଧଉଳି ଥାନା ବିଜୟ ନଗର ଅଞ୍ଚଳରେ । ଅଭିଯୋଗ ପରେ ତଦନ୍ତ କରୁଛି ଧଉଳି ଥାନା ପୋଲିସ । ପୋଲିସ ଏକ ସ୍ୱତନ୍ତ୍ର ଟିମ କରି ତଦନ୍ତ ଜାରି ରଖିଛି ।