
୧୨/୦୯/୨୧ (ଜିଲ୍ଲା ଖବର) : ବାହାରିନ ଓଡ଼ିଆ ସମାଜ ପକ୍ଷରୁ ମହାନ ଓଡ଼ିଆ ଗଣପର୍ବ ନୁଆଁଖାଇ ପାଳିତ ହୋଇଛି । ଏହି ଅବସରରେ ଏକ ନାଚଗୀତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ତୃପ୍ତି ଓ ସୁବ୍ରତ ବଡପଣ୍ଡାଙ୍କ ବାସଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରବାସୀ ଓଡିଆମାନେ ଯୋଗ ଦେଇଥିଲେ । କଦଳୀପତ୍ରରେ ପାରମ୍ପରିକ ଓଡ଼ିଆ ଖାଦ୍ୟର ମଜା ନେଇଥିଲେ ସମସ୍ତେ ।
ଖାଦ୍ୟପେୟରେ ଆପ୍ୟାୟିତ ହେବା ପରେ ସମସ୍ତେ ନୁଆଁ ଖାଇ ଭେଟଘାଟ ପାଇଁ ଏକାଠି ହୋଇଥିଲେ । ଓଡ଼ିଆ ସମାଜ ପ୍ରତିଷ୍ଠାତା ଅରୁଣ କୁମାର ପ୍ରହରାଜ ଓ ସୁନିତା ପ୍ରହରାଜ ଏଥିରେ ଯୋଗଦେଇଥିଲେ।


