
ମୟୂରଭଞ୍ଜ,୧୨/୦୯/୨୧ (ଜିଲ୍ଲା ଖବର) : ନଦୀ ସୁଅରେ ଭାସିଗଲେ ଯୁବକ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଦାପାଳ ଗାଁରେ । ଅଦାପାଳ ଗାଁ ଦେଇ ପ୍ରବାହିତ ଦେଓ ନଦୀରେ ଭାସି ଯାଇଛନ୍ତି ଯୁବକ ଜଣଙ୍କ ।
ଗତକାଲି ଗୋରୁ ନେଇ ଅଦାପାଳ ଗାଁର ମୁଷୁ ହେମ୍ବ୍ରମ୍ ନଦୀ ପାର ହେଉଥିବା ବେଳେ ହଠାତ୍ ନଦୀରେ ପାଣି ଆସିଥିଲା । ପାଣି ସୁଅରେ ଭାସିଯାଇଥିଲେ ମୁଷୁ । ତେବେ ସ୍ଥାନୀୟ ଲୋକେ ଦେଖିପାରି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ ଗତକାଲି ଖୋଜାଖୋଜି କରିଥିବା ବେଳେ, ଆଜି ବୋଟ ସାହାଯ୍ୟରେ ନଦୀରେ ଖୋଜାଖୋଜି ଚାଲିଛି ।



