Saturday, November 14, 2026
Home ଆଞ୍ଚଳିକ ସୂର୍ଯ୍ୟଙ୍କର ଥିଲେ 2 ସ୍ତ୍ରୀ, 4 ସନ୍ତାନ

ସୂର୍ଯ୍ୟଙ୍କର ଥିଲେ 2 ସ୍ତ୍ରୀ, 4 ସନ୍ତାନ

17

୧୨/୦୯/୨୧ (ଜିଲ୍ଲା ଖବର) :  ପୁରାଣରେ ଯେଉଁସବୁ ଦେବଦେବୀଙ୍କ କଥା ବର୍ଣ୍ଣନା କରାଯାଇଛି, ସେମାନଙ୍କ ମଧ୍ୟରେ ସୂର୍ଯ୍ୟ ଅନ୍ୟତମ । ସେ ସମଗ୍ର ବିଶ୍ୱର ଆତ୍ମା । ତାଙ୍କ ବିନା ସଂସାର ତିଷ୍ଠି ରହିବା ସମ୍ଭବ ନୁହେଁ । ସେଥିପାଇଁ ସୂର୍ଯ୍ୟଙ୍କୁ ଦେବତା ଭାବରେ ଗ୍ରହଣ କରାଯାଇଛି । ଆପଣ ସୂର୍ଯ୍ୟ ଦେବତାଙ୍କ ବିଷୟରେ ଅନେକ କଥା ଶୁଣିଥିବେ । ହେଲେ ସୂର୍ଯ୍ୟଙ୍କର ପୁରା ପରିବାର ବିଷୟରେ ଜାଣନ୍ତି କି । ଆସନ୍ତୁ ଆଜି ଧର୍ମକଥାରେ ଏହା ବିଷୟରେ ଜାଣିବା…

ବିଶ୍ୱକର୍ମାଙ୍କ ଝିଅ ସଂଜ୍ଞାଙ୍କ ସହ ସୂର୍ଯ୍ୟଙ୍କ ବିବାହ ହୁଏ । ସୂର୍ଯ୍ୟ ଏବଂ ସଂଜ୍ଞାଙ୍କ ପ୍ରେମରୁ ଜନ୍ମ ନିଅନ୍ତି ଯମ ଓ ଯମୁନା । କିନ୍ତୁ ସଂଜ୍ଞା ଭଗବାନ ସୂର୍ଯ୍ୟଙ୍କ ତେଜକୁ ଭୟ କରୁଥିବାରୁ ଉଭୟଙ୍କ ଭିତରେ ପ୍ରେମ ସଫଳ ହୁଏନି । ଭୟ ଓ ଅହଂକାର ପାଇଁ ସଂଜ୍ଞା ସୂର୍ଯଲୋକ ପରିତ୍ୟାଗ କରନ୍ତି । କିନ୍ତୁ ତାଙ୍କର ନିଷ୍ପତ୍ତି ଅନୁଚିତ ଥିବାରୁ ପିତା ବିଶ୍ୱକର୍ମା ମଧ୍ୟ ଗ୍ରହଣ କରନ୍ତି ନାହିଁ ।

ସଂଜ୍ଞା ନିଜର ଭୁଲ ବୁଝି ଭଗବାନ ବିଷ୍ଣୁଙ୍କ ତପସ୍ୟାରେ ସନ୍ତୁଷ୍ଟ କରନ୍ତି । ଏପଟେ ଯମ, ଯମଲୋକଙ୍କୁ ଅଧିପତି ହେବା ପରେ ଯମୁନା ଦୁଃଖରେ କାନ୍ଦି ଯମୁନା ନଦୀ ଭାବେ ପୃଥିବୀକୁ ଆସନ୍ତି ।

ଏପଟେ ତପସ୍ୟାରେ ସନ୍ତୁଷ୍ଟ ହୋଇ ଭଗବାନ ବିଷ୍ଣୁ ସଂଜ୍ଞାଙ୍କୁ ସୂର୍ଯ୍ୟଲୋକକୁ ଯିବାକୁ ଆଉ ଗୋଟିଏ ରୂପ ଦିଅନ୍ତି ।  ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦରୁ ସଂଜ୍ଞାଙ୍କ ଗୋଟିଏ ସ୍ୱରୂପ ଛାୟା ଭାବେ ସୂର୍ଯ୍ୟଲୋକକୁ ଆସନ୍ତି । ଏଣୁ ସୂର୍ଯ୍ୟଙ୍କର ୨ ଟି ପତ୍ନୀ ବୋଲି ପୁରାଣ କୁହେ ଛାୟା ଏବଂ ସୂର୍ଯ୍ୟଙ୍କ ସଂସର୍ଗରୁ ଗ୍ରହରାଜ ଶନି ଓ ତପ୍ତିଙ୍କ ଜନ୍ମ ହୁଏ । ଏଣୁ କୁହାଯାଏ ସୂଯ୍ୟଙ୍କର ୪ ସନ୍ତାନ, ଯମ, ଯମୁନା, ଶନି ଓ ତପ୍ତି ।