Home ଆଞ୍ଚଳିକ ଏସସିବି ମେଡିକାଲ କଲେଜର ପୂର୍ବତନ ଅଧୀକ୍ଷକ ଡାକ୍ତର ଅନ୍ନଦା ପ୍ରସାଦ ପଟ୍ଟନାୟକଙ୍କ ପରଲୋକ

ଏସସିବି ମେଡିକାଲ କଲେଜର ପୂର୍ବତନ ଅଧୀକ୍ଷକ ଡାକ୍ତର ଅନ୍ନଦା ପ୍ରସାଦ ପଟ୍ଟନାୟକଙ୍କ ପରଲୋକ

6

କଟକ, ୧୨/୦୯/୨୧ (ଜିଲ୍ଲା ଖବର) : କଟକ ଏସସିବି ମେଡିକାଲ କଲେଜ ର ପୂର୍ବତନ ଅଧୀକ୍ଷକ ତଥା ପ୍ଲାଷ୍ଟିକ ସର୍ଜରୀ ବିଭାଗ ର ପୂର୍ବତନ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଅନ୍ନଦା ପ୍ରସାଦ ପଟ୍ଟନାୟକଙ୍କ ପରଲୋକ। କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ୬୨ ବର୍ଷ ବୟସରେ ପରଲୋକ ଘଟିଛି।

ଦୀର୍ଘ ଏକ ବର୍ଷ ହେଲା ସେ କ୍ୟାନ୍ସର ରେ ପିଡୀତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ବିୟୋଗ ରେ ଚିକିତ୍ସା କ୍ଷେତ୍ରରେ ଶୋକରେ ଛାୟା ଖେଳିଯାଇଛି। ଓଡ଼ିଶା ପ୍ଲାଷ୍ଟିକ ସର୍ଜରୀ ଆସୋସିଏସନ୍ ର ପୂର୍ବତନ ସଭାପତି ଥିଲେ ଡାକ୍ତର ପଟ୍ଟନାୟକ।