
ନୂଆଦିଲ୍ଲୀ,୧୨/୦୯/୨୧ (ଜିଲ୍ଲା ଖବର) : ଆରପାରିରେ ଜଣାଶୁଣା ମଲାୟାଲମ ଲୋକପ୍ରିୟ ଟିଭି ଷ୍ଟାର Ramesh Valiyasala । ଶନିବାର ଦିନ ରହସ୍ୟମୟ ସ୍ଥିତିରେ ତାଙ୍କର ଦେହାନ୍ତ ହୋଇଛି ।
ସୂଚନା ଅନୁଯାୟୀ, ସନ୍ଦେହଜନକ ଭାବେ ଝୁଲନ୍ତା ଅବସ୍ଥାରେ ତାଙ୍କର କେରଳ ସ୍ଥିତ ଘରୁ ତଙ୍କର ମୃତଦେହ ମିଳିଛି । ସେ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଥିବା ବେଳେ, ପୁଲିସ ଏନେଇ ଏକ ଅପ୍ରାକୃତିକ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି ।
ଅନେକ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ରମେଶ । ଦୁଇ ଦିନ ତଳେ ରମେଶ ଏକ ନୂଆ ପ୍ରଜେକ୍ଟରେ ବାହାରକୁ ଯାଇ ଶୁଟିଂରୁ ଫେରିଥିଲେ। ସେ ରାଜ୍ୟର ସବୁଠାରୁ ଲୋକପ୍ରିୟ ଏବଂ ବ୍ୟସ୍ତ ଟିଭି ଅଭିନେତାଙ୍କ ମଧ୍ୟରୁ ଜଣେ।


