
ନୂଆଦିଲ୍ଲୀ ,୧୨/୦୯/୨୧ (ଜିଲ୍ଲା ଖବର) : ପ୍ରତିବର୍ଷ ବେଶ ଧୂମଧାମରେ ଗଣେଶ ପୂଜା ପାଳନ କରନ୍ତି ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟି ଯାଏଁ । କିନ୍ତୁ ଚଳିତବର୍ଷ ଏଥିରେ ଟିକେ ଫିକା ପଡି ଯାଇଛି । ନିରାଡମ୍ବର ଭାବେ ସମସ୍ତେ ଗଣେଶ ପୂଜା ପାଳନ କରିଛନ୍ତି । ଏଥିରୁ ବାଦ୍ ପଡି ନାହାଁନ୍ତି ସେଲିବ୍ରେଟି । ପ୍ରାୟତଃ ଅନେକ ସେଲିବ୍ରେଟି ନିଜ ନିଜ ଘରେ ଗଣେଶ ପୂଜା କରିଛନ୍ତି ।
ଠିକ୍ ସେମିତି ଗଣେଶ ପୂଜା ଅବସରରେ ବଲିଉଡ ଅଭିନେତ୍ରୀ ଐଶଯ୍ୟା ରାୟ ବଚ୍ଚନଙ୍କ କିଛି ଫଟୋ ବେଶ ଭାଇରାଲ ହେଉଛି । ଯେଉଁଥିରେ ମୁଖ୍ୟ ଆକର୍ଷଣୀୟ ରହିଛି ତାଙ୍କର ଆଉଟଫିଟ । ମୁମ୍ବାଇର ଲାଲବାଗର ରାଜା ଗଣପତିଙ୍କୁ ଦର୍ଶନ ପାଇଁ ସେ ଯାଇଥିଲେ । ଭାଇରାଲ ହେଉଥିବା ତାଙ୍କର ଏହି ଫଟୋରେ ସେ ଏକଦମ୍ ଟ୍ରାଡିସନାଲ ଲୁକରେ ନଜର ଆସୁଛନ୍ତି ।
ନାଲି ଶାଢୀ ସାଙ୍ଗକୁ ସିନ୍ଥିରେ ନାଲି ସିନ୍ଦୁର ଓ କପାଳରେ ନାଲି ଟିକିଲି । କେବଳ ଏତିକି ନୁହେଁ, ଏହା ସାଙ୍ଗକୁ ଗଭାରେ ଗଜରା । ଏସବୁ ପରିଧାନ କରି ସେ ଖୁବ୍ ସୁନ୍ଦର ଲାଗୁଥିଲେ । ସତରେ ଯେତେ ବି ବ୍ୟସ୍ତ ରୁହନ୍ତୁ ନା କାହିଁକି କିନ୍ତୁ ସେ, ନିଜର ପରମ୍ପରା, ସଂସ୍କୃତି କେବେ ଭୁଲନ୍ତି ନାହିଁ ।


