
ନୂଆଦିଲ୍ଲୀ, ୧୨/୦୯/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା ଅନିଲ କପୁରଙ୍କ ସାନ ଝିଅ ରିୟା କପୁର ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ତାଙ୍କ ବୟଫ୍ରେଣ୍ଡ କରଣ ବୁଲାନୀଙ୍କୁ ବିବାହ କରିଛନ୍ତି । ବିବାହ ପରେ ତାଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଏକଦମ୍ ଛାଇ ଯାଇଥିଲା । ଆଉ ଏବେ ରୟା ତାଙ୍କ ସ୍ବାମୀଙ୍କ ସହିତ ମାଳଦୀପ୍ ଯାଇଛନ୍ତି । ସ୍ବାମୀଙ୍କ ସହ ମିଶି ସେ ଏବେ ମାଳଦୀପର ସୌନ୍ଦର୍ଯ୍ୟକୁ ବେଶ ଏନଜଏ କରୁଛନ୍ତି । ଯାହାର ଝଲକ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।
ରିୟା ତାଙ୍କ ଇନଷ୍ଟାଗ୍ରାମରେ ମାଳଦୀପରୁ ଫଟୋ ସେୟାର କରି ଫ୍ୟାନ୍ସଙ୍କ ସହ ଯୋଡି ହୋଇ ରହୁଛନ୍ତି । ରିୟା ଏବଂ କରଣ ଉଭୟ ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ । ସେୟାର କରିଥିବା ଫଟୋରେ ରିୟା ଏକଦମ୍ ବୋଲ୍ଡ ଅନ୍ଦାଜରେ ନଜର ଆସୁଛନ୍ତି ।
ପ୍ରକାଶ ଥାଉକି, ଚଳିତବର୍ଷ ଅଗଷ୍ଟ ୧୪ରେ ରିୟା କପୁର ଏବଂ କରଣ ବୁଲାନୀ ପରିବାର ସଦସ୍ୟ ଏବଂ କିଛି ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଅନିଲ କପୁରଙ୍କ ଜୁହୁସ୍ଥିତ ଘରେ ତାଙ୍କର ବିବାହ ହୋଇଥିଲା ।


