
୧୨/୦୯/୨୧ (ଜିଲ୍ଲା ଖବର) : ପ୍ରାକୃତିକ ଗୁଣରେ ଭରପୁର ପୁଦିନା ପତ୍ର । ଏହାକୁ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତିରେ ବ୍ୟବହାର କରିବା ସହିତ, ଏଥିରେ ଅନେକ ଔଷଧିୟ ଗୁଣ ମଧ୍ୟ ଭରି ରହିଥାଏ । ଏହା ବ୍ୟତୀତ କେଶ ଓ ତ୍ବଚା ପାଇଁ ମଧ୍ୟ ଏହା ବେଶ ଲାଭଦାୟକ । ତେବେ ଝଡୁଥିବା କେଶ ପାଇଁ ବେଶ ଲାଭଦାୟକ ପୁଦିନା ପତ୍ର । ଆସନ୍ତୁ ଜାଣିବା, କେଶ ପାଇଁ ପୁଦିନା ହେୟାର ମାସ୍କର ପ୍ରସ୍ତୁତି ଏବଂ ବ୍ୟବହାର ସମ୍ପର୍କରେ ।
-ଅଧିକ କେଶ ଝଡୁଥିଲେ କିମ୍ବା ଦୁର୍ବଳ କେଶ ହୋଇଥିଲେ ଏଥିପାଇଁ ପୁଦିନା ପତ୍ର ବହୁତ୍ ଉପକାରୀ ହୋଇଥାଏ । ଏହି ସମସ୍ୟାର ସାମ୍ନାକୁ କରୁଥିଲେ, ପ୍ରତିଦିନ ନିଜ ଖାଦ୍ୟରେ ପୁଦିନା ପତ୍ର ବ୍ୟବହାର କରିବା ସହିତ, ପୁଦିନା ହେୟାର ମାସ୍କ ମଧ୍ୟ ବ୍ୟବହାର କରି ପାରିବେ । ଏପରି କରିବା ଦ୍ବାରା, ଏହି ସମସ୍ୟା କମ୍ ହୋଇଥାଏ ।
ପୁଦିନା ହେୟାର ମାସ୍କ ପ୍ରସ୍ତୁତି ଓ ବ୍ୟବହାର –
ଚଣାଡାଲି ଓ ଦହିକୁ ଏକାଠି ମିଶାଇ ଗ୍ରାଇଣ୍ଡିଂ କରି ଏକ ପେଷ୍ଟ ପ୍ରସ୍ତୁତ କରିବେ । ତାପରେ ସେଥିରେ ପୁଦିନା ପତ୍ର ପକାଇ, ପୁଣି ଗ୍ରାଇଣ୍ଡିଂ କରିବେ । ତାପରେ ଏହି ପେଷ୍ଟକୁ କେଶ ଏବଂ କେଶ ମୂଳରେ ଲଗାଇ ୨୫ ରୁ ୩୦ ମିନିଟ ଯାଏଁ ଛାଡିବେ । ତାପରେ କେଶକୁ ଶାମ୍ପୁ କରି ଧୋଇବେ । ସପ୍ତାହକୁ ଏହା ଦୁଇଥର ବ୍ୟବହାର କରି ପାରିବେ । ଏପରି କରିବା ଦ୍ବାରା, କେଶ ଝଡିବା କମ୍ ହେବା ସହିତ, କେଶରେ ଚମକ ଆସେ ।


