Sunday, November 15, 2026
Home ଆଞ୍ଚଳିକ ନିଜେ ନିଜକୁ ଦାମୀ କାର ଗିଫ୍ଟ କଲେ କ୍ରୀତି

ନିଜେ ନିଜକୁ ଦାମୀ କାର ଗିଫ୍ଟ କଲେ କ୍ରୀତି

8

ନୂଆଦିଲ୍ଲୀ, ୧୨/୦୯/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ କ୍ରୀତି ସାନନ ଖୁବ୍ କମ୍ ଦିନ ମଧ୍ୟରେ ଦର୍ଶକଙ୍କ ହୃଦୟରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । କିଛିଦିନ ପୂର୍ବରୁ ସେ ମିମିରେ ନଜର ଆସିଥିଲେ । ଏବେ ସେ ତାଙ୍କ କ୍ୟାରିୟରରେ ସଫଳତାର ସିଢି ଚଢିବା ଆରମ୍ଭ କରିଛନ୍ତି । ଏହା ସହିତ ଲୋକଙ୍କ ଭଲପାଇବା ସାଉଣ୍ଟି ଚାଲିଛନ୍ତି । ନିକଟରେ କ୍ରୀତି ଏକ ବ୍ରାଣ୍ଡ ନ୍ୟୁ କାର କିଣିଛନ୍ତି ।

ଗତ କିଛିଦିନ ଧରି କ୍ରୀତି ସାନନ ନୂଆ ଗାଡି କିଣିବାକୁ ଯାଉଥିବା ନେଇ ଚର୍ଚ୍ଚା ଯୋର ଧରିଥିଲା । ଆଉ ଏବେ, କ୍ରୀତି ନିଜେ ନିଜକୁ ଏକ ଲଗଜରୀ କାର ଗିଫ୍ଟ କରିଛନ୍ତି । ତାଙ୍କର କାର କଲେକ୍ସନରେ ଏବେ ଆଉ ଏକ ନୂଆ କାର ଯୋଡି ହୋଇ ଯାଇଛି । ଏହି କାର କିଣି ବେଶ ଖୁସି ଅଛନ୍ତି କ୍ରୀତି । ସେ ମର୍ସିଡିଜ୍ Maybach GLS 600 କାର କିଣିଛନ୍ତି । ଯାହାର ମୂଲ୍ୟ ୨.୪୩ କୋଟି ଟଙ୍କା । ନିକଟରେ ମୁମ୍ବାଇରେ ସେ ଏହି କାର ସହିତ ନଜର ଆସିଥିଲେ ।