
୧୨/୦୯/୨୧ (ଜିଲ୍ଲା ଖବର) : ବାଦାମ ଖାଇବାକୁ ଅନେକ ଲୋକ ପସନ୍ଦ କରନ୍ତି । ଏଥିରୁ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ । ଏହା ପାଟିକୁ ସୁଆଦିଆ ଲାଗିବା ସହିତ, ସ୍ବାସ୍ଥ୍ୟ ପାଇଁ ମଧ୍ୟ ବହୁତ୍ ଉପକାରୀ । ଭିଜା ହୋଇଥିବା ବାଦାମ ଖାଇବା ଦ୍ବାରା, ଅନେକ ସ୍ବାସ୍ଥ୍ୟ ଲାଭ ମିଳେ । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ ।
ଏଥିରେ ମ୍ୟାଗ୍ନେସିୟମ, ଫସଫରସ, କପର, ଭିଟାମିନ୍ ଇ, ଭିଟାମିନ୍ ବି୧, ବି୩, ବି୯, ମିନେରାଲ ଭଳି ଅନେକ ପୋଷକ ତତ୍ବ ଭରି ରହିଥାଏ ।
-କ୍ଳାନ୍ତ ଅନୁଭବ କରୁଥିଲେ, ଏଥିପାଇଁ ଭିଜା ହୋଇଥିବା ବାଦାମ ଖାଇବା ଦ୍ବାରା, କ୍ଳାନ୍ତପଣ ଦୂର ହୋଇଥାଏ । ଏଥିରେ ଫାଇବରର ମାତ୍ରା ଭରପୁର ରହିଥାଏ । ଯାହା ଏନର୍ଜି ବଢାଇବାରେ ସାହାଯ୍ୟ କରେ ।
-ଭିଜା ହୋଇଥିବା ବାଦାମ ଖାଇବା ଦ୍ବାରା, ଶରୀରରେ କ୍ୟାଲସିୟମ ଓ ଭିଟାମିନର ଅଭାବ ଦୂର ହୋଇଥାଏ । ଏହା ହାଡକୁ ମଜବୁତ୍ କରିବାରେ ସାହାଯ୍ୟ କରେ ।
-ଭିଜା ହୋଇଥିବା ବାଦାମରେ ଖଣିଜ, ପ୍ରୋଟିନ, ଆଣ୍ଟି-ଅକ୍ସିଡାଣ୍ଟର ଗୁଣ ଭରପୁର ରହିଥାଏ । ଯାହା ତ୍ବଚା ପାଇଁ ବହୁତ୍ ଲାଭଦାୟକ । ପ୍ରତିଦିନ ଏହା ସେବନ କରିବା ଦ୍ବାରା, ଏହା ତ୍ବଚାକୁ ସୁସ୍ଥ ରଖିବା ସହିତ ସୁନ୍ଦର କରିଥାଏ ।
-ଓଜନ ହ୍ରାସ କରିବାରେ ସହାୟକ ହୁଏ ଭିଜା ବାଦାମ ।


