Thursday, October 15, 2026
Home ଅପରାଧ ବିଦେଶରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯ୍ୟାତନା

ବିଦେଶରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯ୍ୟାତନା

12

୧୨/୦୯/୨୧ (ଜିଲ୍ଲା ଖବର) : ବିଦେଶରେ ଓଡିଆ ଶ୍ରମିକଙ୍କୁ ନିର୍ଯାତନା । ବାହାରିନରେ ଥିବା ଓଡିଆ ଶ୍ରମିକ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ଆସିଛି । ଚିଲିକାର ସୁବୁଦ୍ଧି ପାଟଣା ଗାଁର ପ୍ରୀତମ ନନ୍ଦ ନିର୍ଯାତନା ସହି ନପାରି ଏକ ଭିଡିଓ ଫୁଟେଜ ଜାରି କରିଛନ୍ତି ।

ସେଠାକାର ପୁଲିସ ଦ୍ୱାରା ଓଡିଆ ଶ୍ରମିକମାନେ ଭୋକ ଉପାସରେ ରହିବା ସହିତ ନାକାବନ୍ଦୀ ହୋଇ ରହିଥିବା ଜଣାପଡିଛି । ୭ ମାସ ପୂର୍ବରୁ ଓଡିଆ ଶ୍ରମିକ କାମ ଆଶାରେ ସୁଦୂର ବାହାରିନକୁ ଯାଇଥିଲେ ।

୧୦ ଘଣ୍ଟା କାମର ପାରିଶ୍ରମିକ ସହ ଖାଇବା ପିଇବା ଖର୍ଚ୍ଚ ଦେବା ପାଇଁ ପ୍ରତିଶୃତି ଦିଆଯାଇଥିଲା । କିନ୍ତୁ ସେମାନଙ୍କୁ ୧୪ ଘଣ୍ଟାରୁ ଅଧିକ ସମୟ କାମ କରାଗଲା । ଖାଇବା, ପିଇବା ଦିଆଗଲା ନାହିଁ । ଫଳରେ ଏବେବି ସେଠାରେ ଅନେକ ଶ୍ରମିକ ଫସି ରହିଥିବା ବେଳେ କମ୍ପାନୀ ବିରୋଧରେ ଅନଶନ ଜାରି ରଖିଛନ୍ତି ।