
ଆବଶ୍ୟକ ସାମଗ୍ରୀ-
ଚିକେନ, ତେଲ, ଲୁଣ, ହଳଦୀ ପାଉଡର, ଲଙ୍କା ପାଉଡର, ଧନିଆ ପାଉଡର, ଜିରା ପାଉଡର, ଗରମ ମସଲା ପାଉଡର, ଗୁଜୁରାତି, ଲବଙ୍ଗ, ଗୋଲମରିଚ, ଡାଲଚିନି, କଂଚା ଲଙ୍କା, ଧନିଆ ପତ୍ର, ପୁଦିନା ପତ୍ର, ଦହି, ଅଦା, ରସୁଣ, ବଟର ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଚିକେନକୁ ଧୋଇ ଏକ ପାତ୍ରରେ ରଖିବେ । ତାପରେ ଧନିଆ ପତ୍ର, ପୁଦିନା ପତ୍ର, କଂଚା ଲଙ୍କା, ଅଦା, ରସୁଣକୁ ଏକାଠି ମିଶାଇ, ଅଳ୍ପ ପାଣି ଦେଇ ଗ୍ରାଇଣ୍ଡିଂ କରି ରଖିବେ । ତାପରେ ଆଉ ଏକ ପାତ୍ର ନେଇ ସେଥିରେ ଗ୍ରାଇଣ୍ଡିଂ କରିଥିବା ପେଷ୍ଟ, ଦହି, ଲଙ୍କା ପାଉଡର, ହଳଦୀ ପାଉଡର, ଧନିଆ ପାଉଡର, ଜିରା ପାଉଡର, ଗରମ ମସଲା ପାଉଡର ଓ ଲୁଣ ପକାଇ ଭଲଭାବେ ଗୋଳାଇ ରଖିବେ । ତାପରେ ସେଥିରେ ଧୋଇ ରଖିଥିବା ଚିକେନ ପକାଇ, ଭଲଭାବେ ମିକ୍ସ କରି, ୨୦ ରୁ ୨୫ ମିନିଟ ଯାଏଁ ଘୋଡାଇ ରଖିବେ । ତାପରେ ଗ୍ୟାସରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହୋଇ ଆସିଲେ, ସେଥିରେ ଅଳ୍ପ ବଟର ପକାଇ ମିକ୍ସ କରିବେ । ତାପରେ ସେଥିରେ ଗୁରୁରାତି, ଲବଙ୍ଗ, ଗୋଲମରିଚ, ଡାଲଚିନି ପକାଇ ଫ୍ରାଏ କରିବେ । ତାପରେ ସେଥିରେ ଗୋଳାଇ ରଖିଥିବା ଚିକେନକୁ ମସଲା ସହିତ ପକାଇ ଗୋଳାଇବେ । ତାପରେ ଏହାକୁ ଘୋଡାଇ, ମଧ୍ୟମ ଆଂଚରେ ଚିକେନକୁ ସିଝିବାକୁ ଛାଡିବେ । ଆବଶ୍ୟକ ପଡିଲେ ଏଥିରେ ଅଳ୍ପ ପାଣି ମିଶାଇବେ । ଦେଖିବେ ଚିକେନ ଭଲଭାବେ ସିଝିବା ପରେ, ଗ୍ୟାସ ବନ୍ଦ କରି ତା ଉପରେ କିଛି କଟା ଧନିଆ ପତ୍ର ପକାଇ, ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ହରିୟାଲି ଚିକେନ । ଏବେ ଏହାର ମଜା ନେଇ ପାରିବେ ।


