
୧୨/୦୯/୨୧ (ଜିଲ୍ଲା ଖବର) : ବିଦେଶରେ ଓଡ଼ିଆ ଯୁବକଙ୍କୁ ଦିଆଯାଉଛି ନିର୍ଯାତନା । ଦୁବାଇ ସ୍ଥିତି ବାହାରିନ୍ ରେ ଏହି ଓଡିଆ ଯୁବକ ମାନେ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ନିଜ ଦେଶକୁ ଓ ଭିଟାମାଟି କୁ ଫେରି ଆସିବା ପାଇଁ ଆକୁଳ ନିବେଦନ ମଧ୍ୟ କରୁଛନ୍ତି ।
ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ-ବାଣପୁରଏବଂ ଗଂଜାମ ଜିଲ୍ଲାର ଖଲିକୋଟ ଅଞ୍ଚଳର ଏହି ଯୁବକ ମାନେ ସେଠାରୁ ଭିଡିଓ ଉତ୍ତୋଳନ କରି ପଠାଇ ଥିବା ଜଣାପଡିଛି । ଯେଉଁ ଚୁକ୍ତିନାମାରେ ଏହି ଓଡ଼ିଆ ଯୁବକ ମାନେ ବିଦେଶ ଯାଇଥିଲେ , ସେଠାରେ ତାହା ପାଳନ କରାନଯାଇ ନିର୍ଯ୍ୟାତନା ଦିଆଯାଉଛି ।
ଏହି ଓଡ଼ିଆ ଯୁବକ ମାନେ ବିଦେଶରେ ଫସି ରହିଛନ୍ତି । ପ୍ରତିବାଦ କଲେ କାହାକୁ ଅମାନୁଷିକ ଭାବେ ମାଡ ମରାଯାଉଛି ତ , ପୁଣି କାହାର ବେକ ( ତଣ୍ଟି / ଗଳା ) କାଟି ଦିଆଯାଉଛି । ପ୍ରତିବାଦର ସ୍ୱର କୁ ଚାପି ଦେବାପାଇଁ ଏପରି ଅକଥନୀୟ ନିର୍ଯ୍ୟାତନାର ଶିକାର ହେଉଛନ୍ତି ଓଡ଼ିଆ ଲୋକ ।
ପେଟ-ପାଟଣା ଓ ଅଧିକ ଦୁଇ ପଇସା ରୋଜଗାର କରିବା ପାଇଁ ଗାଁ ଛାଡି ବିଦେଶ ଯାଇଥିଲେ ଏହି ଯୁବକ ମାନେ । ଘରକୁ ଫେରିବା ପାଇଁ ଏମାନେ ଚାହୁଁଛନ୍ତି ମାତ୍ର ନାକାବନ୍ଦୀ ଯୋଗୁଁ ଭାରତ ଫେରିବା ବାଟ ବନ୍ଦ ହୋଇଥିବା ସେମାନେ କହିଛନ୍ତି । ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଏହାର ସୁ-ବନ୍ଦୋବସ୍ତ କରିବା ପାଇଁ ବିଦେଶରୁ ଏହି ଓଡ଼ିଆ ଲୋକମାନେ ଗୁହାରୀ କରୁଛନ୍ତି ।



