
ନୂଆଦିଲ୍ଲୀ, ୧୨/୦୯/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ପ୍ରାଚୀ ଦେଶାଇଙ୍କ ଆଜି ଜନ୍ମଦିନ । ୧୨ ସେପ୍ଟେମ୍ବର ୧୯୮୮ରେ ସୁରଟ, ଗୁଜୁରାଟରେ ସେ ଜନ୍ମଗ୍ରହଣ କରିଥିଲେ । ଟେଲି ଦୁନିଆଁରୁ ଫିଲ୍ମ ଅଭିନେତ୍ରୀ ହେବାର ଯାତ୍ରା ତାଙ୍କର ବହୁତ ଲମ୍ବା ଥିଲା । ପ୍ରଥମରୁ ହିଁ ଅଭିନୟ ପ୍ରତି ତାଙ୍କର ଇଚ୍ଛା ଥିଲା । ସେ ତାଙ୍କର ଏହି ଇଚ୍ଛାକୁ ପୁରା କରିବା ପାଇଁ ବାଲାଜୀ ଟେଲିଫିଲ୍ମସ୍ ରେ ଅଡିସନ ଦେଇଥିଲେ । ୨୦୦୬ରେ, ୧୭ ବର୍ଷ ବୟସରେ ସେ ଧାରାବାହିକ’କସମ ସେ’ ମାଧ୍ୟମରୁ ତାଙ୍କର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଏହା ମାଧ୍ୟମରେ ସେ ବେଶ ଲୋକପ୍ରିୟ ହୋଇଥିଲେ । ଦୁଇଟି ଧାରାବାହିକରେ କାମ କରିବା ପରେ , ଫିଲ୍ମ’ରକ୍ ଅନ୍ ‘ରେ ତାଙ୍କୁ ଫରହାନ୍ ଅଖତରଙ୍କ ସହ ରୋଲ ଅଫର ହୋଇଥିଲା । ଏହାପରେ ସେ ଆହୁରି ଅନେକ ଫିଲ୍ମରେ କାମ କରିଛନ୍ତି । ତାଙ୍କ ଅଭିନୟକୁ ଦର୍ଶକ ମଧ୍ୟ ବେଶ ପସନ୍ଦ କରନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଢେରସାରା ଶୁଭକାମନା ।


