Monday, October 12, 2026
Home ଅପରାଧ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

10

ଗଜପତି,୧୨/୦୯/୨୧ (ଜିଲ୍ଲା ଖବର) :  ଗଜପତି କାଶୀନଗର ଥାନା ଅଞ୍ଚଳରେ ଲଜ୍ଜା । କେ ସୀତାପୁର ଗ୍ରାମରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଉକ୍ତ ଗ୍ରାମର ଜଣେ ନାବାଳକ ପୀଡ଼ିତାଙ୍କୁ କୈାଶଳକ୍ରମେ ଡ଼ାକି ଘର ଛାତ ଉପରକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଘରକୁ ଫେରି ପିଡିତା ଘଟଣା ସମ୍ପର୍କରେ ମାଁକୁ ଜଣାଇବା ପରେ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ପଡିତାଙ୍କୁ ପାରଳାଖେମୁଣ୍ଡି ମୂଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରିଥିବା ବେଳେ ଅଭିଯୁକ୍ତର ଡାକ୍ତର ମାଇନା କରିଛି ପୋଲିସ। ଘଟଣା ସମ୍ପର୍କରେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।