Sunday, November 15, 2026
Home ଆଞ୍ଚଳିକ ହ୍ରିତିକଙ୍କ ଲାଟେଷ୍ଟ ଫଟୋ ଭାଇରାଲ୍

ହ୍ରିତିକଙ୍କ ଲାଟେଷ୍ଟ ଫଟୋ ଭାଇରାଲ୍

12

ନୂଆଦିଲ୍ଲୀ , ୧୨/୦୯/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା ହ୍ରିତିକ୍ ରୋଶନ ସୋସିଆଲ ମିଡିଆରେ ବହୁତ୍ କମ୍ ସକ୍ରିୟ ରୁହନ୍ତି । ହେଲେ ଯେତେବେଳେ ବି ସେ କୌଣସି ଫଟୋ ବା ପ୍ରୋଜେକ୍ଟ ବିଷୟରେ ଘୋଷଣା କରନ୍ତି, ସେତେବେଳେ ତାକୁ ନେଇ ଚର୍ଚ୍ଚା ଯୋର ଧରେ । ତେବେ ନିକଟରେ ହ୍ରିତିକ୍ ରୋଶନ ତାଙ୍କର ଏକ ବ୍ଲାକ୍ ଆଣ୍ଡ ହ୍ବାଇଟ ଫଟୋ ସେୟାର କରିଛନ୍ତି ,ଯେଉଁଥିରେ ସେ ଏକଦମ୍ ଜବରଦସ୍ତ ଲୁକରେ ନଜର ଆସୁଛନ୍ତି । ଫଟୋ ସେୟାର କରି ସେ କ୍ୟାପ୍ସନରେ ଲେଖିଛନ୍ତି ଯେ,’ଦୂର ଦେଖୋ,ୟେ ମେରା ଲୁକ୍ ନମ୍ବର ୨୧ ହେ’ । ଦୂର ଦେଖୋ ୟେ ମେରା ଲୁକ୍ ନମ୍ବର ୨୨ ହେ । ଚେହେରେ ପର୍ ଦେଖୋ । ହର ଇନସାନ କୋ ପ୍ରାକ୍ଟିସ୍ ପରଫେକ୍ଟ ବନାତି ହେ ‘ ।

ତେବେ  ହ୍ରିତିକଙ୍କର ଏହି ଫଟୋକୁ ଅନେକ ପସନ୍ଦ କରୁଥିବା ବେଳେ,  କେହି କେହି ନାପସନ୍ଦ କରୁଛନ୍ତି । ସମସ୍ତେ ନିଜ ନିଜର ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରୁଛନ୍ତି ।

ପ୍ରକାଶ ଥାଉକି , ଏବେ ହ୍ରିତିକଙ୍କ ହାତରେ ଅନେକ ପ୍ରୋଜେକ୍ଟ ରହିଛି । ଏବେ ସେ ଫିଲ୍ମ’ଫାଇଟର’ରେ କାମ କରୁଛନ୍ତି । ଏଥିରେ ତାଙ୍କ ସହ ଦୀପିକା ପାଦୁକୋନ ମଧ୍ୟ ନଜର ଆସିବେ । ଦୁହେଁ ଫିଲ୍ମ ସୁଟିଂ ଆରମ୍ଭ କରି ଦେଇଛନ୍ତି । ଏହା ଏକ ଆକ୍ସନ ଥ୍ରୀଲର ଫିଲ୍ମ ହେବାକୁ ଯାଉଛି ।