Friday, November 13, 2026
Home ଆଞ୍ଚଳିକ ସାରାଙ୍କ ବୋଲ୍ଡ ଲୁକ୍

ସାରାଙ୍କ ବୋଲ୍ଡ ଲୁକ୍

14

ନୂଆଦିଲ୍ଲୀ, ୧୨/୦୯/୨୧ (ଜିଲ୍ଲା ଖବର) : ବଲିଉଡର ଚୁଲବୁଲି ନାୟିକା ସାରା ଅଲ୍ଲୀ ଖାନ୍ ସବୁବେଳେ ନିଜ ଅଭିନୟ ସହିତ, ତାଙ୍କ ଅନ୍ଦାଜରେ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି । ତାଙ୍କର ଡ୍ରେସିଂ ଷ୍ଟାଇଲ ଓ ଲୁକକୁ ବେଶ ପସନ୍ଦ କରନ୍ତି ଫ୍ୟାନ୍ସ । ସୋସିଆଲ ମିଡିଆରେ ବେଶ ଆକ୍ଟିଭ ସାରା । ସବୁବେଳେ ସେ ତାଙ୍କର ଫୋଟ ଓ ଭିଡିଓ ସେୟାର କରି ଫ୍ୟାନ୍ସଙ୍କ ସହ ଯୋଡି ହୋଇ ରୁହନ୍ତି  । ଠିକ୍ ସେମିତି ନିକଟରେ ସେ ସେୟାର କରିଥିବା କିଛି ଫଟୋ ଏବେ ବେଶ ଭାଇରାଲ ହେବାରେ ଲାଗିଛି ।

ନିକଟରେ ସାରା ତାଙ୍କ ଇନଷ୍ଟାରେ ମାଳଦୀପର ଫଟୋ ସେୟାର କରିଛନ୍ତି । ଏଥିରେ ସେ ଏକଦମ୍ ହଟ ଅନ୍ଦାଜରେ ନଜର ଆସୁଛନ୍ତି । ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ‘ହର ଦିନ ଆପ୍ ଜୋ ସଫଲ୍ କାଟତେ ହେ,ଉସକି ମୁତାବିକ୍ ନହିଁ ବଲକି ଜୋ ବିଜ୍ ଆପ୍ ଲଗାତେ ହେଁ,ଉସକି ମୁତାବିକ୍ ଦେଖେଁ’ ।

ପ୍ରକାଶ ଥାଉକି, ସାରା ସବୁବେଳେ ଭିନ୍ନ ଭିନ୍ନ ଅନ୍ଦାଜ ରେ ଫଟୋ ଏବଂ ଭିଡିଓ ସେୟାର କରନ୍ତି । ଦେଶୀ ଅବତାର ଠାରୁ ଆରମ୍ଭ କରି ବୋଲ୍ଡ ଅବତାର ଯାଏଁ ,ତାଙ୍କର ସବୁ ଷ୍ଟାଇଲକୁ ବେଶ ପସନ୍ଦ କରନ୍ତି ଫ୍ୟାନ୍ସ ।