Wednesday, November 11, 2026
Home ଆଞ୍ଚଳିକ ମା’ ହେବାକୁ ଯାଉଛନ୍ତି ରୁଚି

ମା’ ହେବାକୁ ଯାଉଛନ୍ତି ରୁଚି

9

ନୂଆଦିଲ୍ଲୀ ,୧୨/୦୯/୨୧ (ଜିଲ୍ଲା ଖବର) : ମା’ ହେବାକୁ ଯାଉଛନ୍ତି ଟେଲି ଧାରାବାହିକ ’କୁମକୁମ ଭାଗ୍ୟ’ ଫେମ ଆକ୍ଟ୍ରେସ୍ Ruchi Suvarn  । ରୁଚି ଓ ତାଙ୍କ  ସ୍ବାମୀ ଅଙ୍କିତ୍ ମୋହନ ଗଣେଶଉସ୍ବବରେ ଏହି ଖୁସିଖବର ସେୟାର କରିଛନ୍ତି । ରୁଚି ଏବଂ ଅଙ୍କିତ୍ ଇନଷ୍ଟାଗ୍ରାମରେ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ରୁଚିଙ୍କ ବେବି ଫ୍ଲଣ୍ଟ ନଜର ଆସୁଛି । ଏହି ଖୁସିଖବର ଜାଣିବା ପରେ, ଉଭୟଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି ।

ସେୟାର କରିଥିବା ଫଟୋରେ ରୁଚି ଏକ ହଳଦିଆ ରଙ୍ଗର ଶାଢୀରେ ଖୁବ୍ ସୁନ୍ଦର ଲାଗୁଛନ୍ତି । ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ‘ଏହି ପାର୍ବଣ ରେ ଖୁସିଖବର ଆସୁଛି…..ଜଲଦୀ’ । ତାଙ୍କର ଏହି ପୋଷ୍ଟରେ ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ଅନେକ ସେଲିବ୍ରେଟି ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।

ତେବେ  ଏହି ଫଟୋରେ ରୁଚିଙ୍କ ମୁହଁର ଚମକ ଓ ତାଙ୍କ ଓଠର ହସ ଏକଦମ୍ ଚାର୍ ଚାନ୍ଦ୍ ଲଗାଉଛି  । ଅଙ୍କିତ ମଧ୍ୟ ବେଶ ଖୁସି ଥିବା ନଜର ଆସୁଛନ୍ତି ।