
ବ୍ରହ୍ମପୁର,୧୨/୦୯/୨୧ (ଜିଲ୍ଲା ଖବର) : ବ୍ରହ୍ମପୁର-ଦିଗପହଣ୍ଡି ୨୧୭ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲେ 2 ଟ୍ରକ୍ । ପରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଘର ଉପରେ ମାଡ଼ିଗଲେ ଦୁଇ ଟ୍ରକ୍ । ଏଥିରେ କେହି ମୃତାହତ ହୋଇ ନାହାନ୍ତି । ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି ।
ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲାଞ୍ଜିଆ ଗୋପାଳ ସମାଜ ସଭା ଗୃହ ଆଗରେ ବିପରୀତ ଦିଗରୁ ଆସୁଥିବା ଦୁଇଟି ଟ୍ରକର ଧକ୍କା ହୋଇଥିଲା । ଦୁର୍ଘଟଣାରେ ଦୁଇ ଟ୍ରକର ଡ୍ରାଇଭର ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଯୋଗୁଁ ବ୍ରହ୍ମପୁର- ଦିଗପହଣ୍ଡି ରାସ୍ତାରେ ଗାଡ଼ି ଚଳାଚଳ କିଛି ସମୟ ବାଧାପ୍ରାପ୍ତ ହୋଇଥିଲା ।


