Tuesday, November 17, 2026
Home ଆଞ୍ଚଳିକ ଯୁବକଙ୍କ ମୃତଦେହ କୂଅରୁ ଉଦ୍ଧାର

ଯୁବକଙ୍କ ମୃତଦେହ କୂଅରୁ ଉଦ୍ଧାର

25

ଗଞ୍ଜାମ ଜିଲ୍ଲା,୧୨/୯(ଜିଲ୍ଲା ଖବର):

ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବା କୁ ମିଳିଛି ।ଯାହା କୂଅରୁ ଜଣେ ଯୁବକଙ୍କ ମୃତ ଦେହକୁ ହିଞ୍ଜିଳି ପୁଲିସ ଉଦ୍ଧାର କରିଛି । ମୃତକ ଜଣକ ସଂପୃକ୍ତ ଗ୍ରାମର ଭଗବାନ ପୋଲାଇ (୩୯) । ଏନେଇ ହିଞ୍ଜିଳି ପୋଲିସ ଥାନାରେ କେଶ ହୋଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଥିବା ଥାନା ପକ୍ଷରୁ କୁହାଯାଇଛି ସୂଚନା ମୁତାବକ ଗୁରୁବାର ଅପରାହ୍ନରେ ଯୁବକ ଜଣକ ଘରୁ କେଉଁ ଆଡେ ଚାଲିଯାଇଥିଲେ । ପରିବାର ସଦସ୍ୟ ବହୁ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ ଯୁବକଙ୍କ ସନ୍ଧାନ ମିଳିନଥିଲା ଶନିବାର ସକାଳେ ସଂପୃକ୍ତ ଗ୍ରାମର କିଛି ମହିଳା ପାଣି ଆଣିବାକୁ କୂଅକୁ ଯାଇଥିବା ବେଳେ କୂଅରେ ସଂପୃକ୍ତ ଯୁବକଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ଏହି ଘଟଣା ନେଇ ଗ୍ରାମର କିଛି ଲୋକ ହିଞ୍ଜିଳି ପୁଲିସକୁ ଖବର ଦେଇଥିଲେ । ତେବେ ଏହା ଏକ ଅପମୃତ୍ୟୁ ନା ଆତ୍ମହତ୍ୟା ତାହା ସନ୍ଦେହ ଘେରରେ ରହିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ି ବୋଲି ହିଞ୍ଜିଳି ଥାନା ଅଧିକାରୀ କହିଛନ୍ତି
ରିପୋର୍ଟ : ହିଞ୍ଜଳିକାଟୁ ରୁ ତାପସ କୁମାର ପଣ୍ଡା