Friday, November 13, 2026
Home ଆଞ୍ଚଳିକ ସ୍କୁଟି ଦୁର୍ଘଟଣା ରେ ଦୁଇ ଆହତ

ସ୍କୁଟି ଦୁର୍ଘଟଣା ରେ ଦୁଇ ଆହତ

60

ବାଲିଗୁଡା,୧୧/୯(ଜିଲ୍ଲା ଖବର):
କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନସ୍ଥ କନବାଗେରୀ ଠାରେ ଆଜି ଅପରାହ୍ନ ରେ ଏକ ସ୍କୁଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ଥ ହୋଇଛି I ଏହି ଦୁର୍ଘଟଣାରେ ସ୍କୁଟି ଚାଳକ ଗୁରୁତର ଆହତ ହୋଇ ଥିବା ବେଳେ ପଛରେ ବସିଥିବା ଜଣେ ଯୁବକଙ୍କୁ ସାମାନ୍ୟ ଆହାତ ହୋଇଛନ୍ତି |ଆହତ ହୋଇଥିବା ରାଇପଲି ଗ୍ରାମର ଦୁଇ ଜଣଙ୍କର ନାମ ନିରାକାର ପ୍ରଧାନ ଓ ମିକୁ ପ୍ରଧାନ ଓ ସ୍କୁଟି ର ନମ୍ବର OD12-B-4872 ଥିବା ଜଣା ପଡିଛି | ଖବର ପାଇ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଆହତ ଙ୍କୁ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି |
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ ।