
କନ୍ଧମାଳ, ୧୧/୯,(ଜିଲ୍ଲା ଖବର)
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁରୁବାଲି ଗ୍ରାମ ନିକଟରେ ବିଦ୍ୟୁତ୍ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ସେ ମହାସୀଙ୍ଗି ଗ୍ରାମ ପୁରୁଣା ସାହି ର ଉଦ୍ଧବ ବିନ୍ଧାଣି ବୋଲି ଜଣାପଡିଛି,ତାଙ୍କର ବୟସ 55 ବର୍ଷ । ଘଟଣା ସ୍ଥଳରେ କରେଣ୍ଟ ତାର ବିଲରେ ପଡ଼ିରହିଛି । ଲୋକମାନେ ଜାତୀୟ ରାଜପଥ କୁ ଅବରୋଧ କରିଛନ୍ତି। ରାସ୍ତାର ଦୁଇ ପାର୍ଶ୍ଵରେ ବହୁ ଗାଡ଼ି ଅଟକି ରହିଛି । ଘଟଣା ସ୍ଥଳରେ ବାଲିଗୁଡ଼ା ପୋଲିସ୍ ଓ ନୂଆଗାଁ ପୋଲିସ୍ ପହଞ୍ଚି ତଦନ୍ତ କରୁଛନ୍ତି । ଲୋକମାନେ ସବ ଉଠିବାକୁ ନଦେବାରୁ ସେଠାରେ ଦମକଳ ଗାଡ଼ି ଅଟକି ରହିଛି । ବାଲିଗୁଡ଼ା ରେ ବିଦ୍ୟୁତ୍ ନଥିବା ଜଣାପଡ଼ିଛି ।
ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ





