Wednesday, October 14, 2026
Home ଅପରାଧ ବାଇକ୍ ଦୁର୍ଘଟଣାରେ ଗୁରୁତର ଆହତ ଅଭିନେତା ସାଇ ଧରମ

ବାଇକ୍ ଦୁର୍ଘଟଣାରେ ଗୁରୁତର ଆହତ ଅଭିନେତା ସାଇ ଧରମ

11

ନୂଆଦିଲ୍ଲୀ, ୧୧/୦୯/୨୧ (ଜିଲ୍ଲା ଖବର) : ଶୁକ୍ରବାର ରାତିରେ ବାଇକ ଦୁର୍ଘଟଣାର ଶିକାର ହୋଇଛନ୍ତି ଟଲିଉଡ ଅଭିନେତା ସାଇ ଧରମ ତେଜ୍ । ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତୀ କରାଯାଇଛି । ଏହି ଘଟଣା ଦୁର୍ଗମଚେରୁଭ କେବୁଲ ବ୍ରିଜ୍ ନିକଟରେ ହୋଇଛି । ଖବର ଅନୁଯାୟୀ, ସାଇ ଏକ ସ୍ପୋଟ୍ସ ବାଇକ୍ ଚଲାଉଥିଲେ ଏବଂ କାଦୁଅ କାରଣରୁ ସ୍ଲିପ୍ କରି ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ବାଇକ ଚଲାଇବା ସମୟରେ ସେ ହେଲମେଟ ପିନ୍ଧିଥିଲେ । ଯେଉଁଥିପାଇଁ ତାଙ୍କ ମୁଣ୍ଡ ଆଘାତ ଲାଗିନାହିଁ   । କିନ୍ତୁ ଶରୀରର ଆଖି,ଛାତି ଓ ଅଣ୍ଟାରେ ଆଘାତ ଲାଗିବା କାରଣରୁ ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତୀ କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ତାଙ୍କର ଦୁର୍ଘଟଣାର ଖବର ସାମ୍ନାକୁ ଆସିବା ପରେ, ତାଙ୍କ ଫ୍ୟାନ୍ସ ମାନେ ଚିନ୍ତାରେ ପଡି ଯାଇଥିଲେ । ହେଲେ ତାଙ୍କ ଟିମ୍ ତରଫରୁ ସୂଚନା ଅନୁଯାୟୀ ସେ ଏବେ ଠିକ୍  ଅଛନ୍ତି ।

ତାଙ୍କର ଟିମ୍ କହିଛି ଯେ, ‘ ସାଇ ଠିକ୍ ଅଛନ୍ତି । ଆଉ ଧିରେ ଧିରେ ପୁରା ଠିକ୍ ହେଉଛନ୍ତି । ଚିନ୍ତା କରିବାର କୌଣସି କାରଣ ନାହିଁ । ହସ୍ପିଟାଲରେ ତାଙ୍କର ଦେଖାଶୁଣା କରାଯାଉଛି । ତେବେ ତାଙ୍କର ଦୁର୍ଘଟଣାର ଖବର ଶୁଣି ପରିବାର ସଦସ୍ୟ ଡାକ୍ତରଖାନାରେ ପହଞ୍ଚିଛନ୍ତି।