
ମୁମ୍ବାଇ, ୧୧/୦୯/୨୧ (ଜିଲ୍ଲା ଖବର) : ଶ୍ରୀଲଙ୍କାର ଜଣାଶୁଣା ଗାୟକ ତଥା ମ୍ୟୁଜିକ୍ କମ୍ପୋଜର ସୁନୀଲ ପେରେରାଙ୍କ ଦେହାନ୍ତ । ୬୮ ବର୍ଷ ବୟସରେ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । କରୋନାରେ ସଂକ୍ରମିତ ଯୋଗୁଁ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି ।
ଗତ ମାସରେ ସୁନୀଲ କରୋନା ସଂକ୍ରମିତ ହୋଇଥିଲେ । ରାଜଧାନୀ କଲୋମ୍ବସ୍ଥିତ ହସ୍ପିଟାଲରେ ତାଙ୍କର ଚିକିସ୍ବା ଚାଲିଥିଲା । ଗତ ସପ୍ତାହରେ ସେ ଘରକୁ ଫେରିଥିଲେ । ହେଲେ ପୁଣି ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ପୁଣି ହସ୍ପିଟାଲରେ ଭର୍ତ୍ତୀ କରାଯାଇଥିଲା । ସେଠାରେ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।


