
୧୧/୦୯/୨୧ (ଜିଲ୍ଲା ଖବର) : ଆଜି ଅହମ୍ମଦାବାଦସ୍ଥିତ ସର୍ଦ୍ଦରଧାମ ଭବନର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନସିଂରେ ଲୋକାର୍ପଣ ସହ ସର୍ଦ୍ଦରଧାମ ଫେଜ-୨ କନ୍ୟା ଛାତ୍ରାଳୟର ଭୂମୀପୂଜନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ୨ ହଜାର ଛାତ୍ରୀଙ୍କ ରହିବା ପାଇଁ ବ୍ୟବସ୍ଥା ହେବ ।
ସର୍ଦ୍ଦରଧାମ ଶିକ୍ଷାଗତ ତଥା ସାମାଜିକ ପରିବର୍ତ୍ତନ, ସମାଜର ଦୁର୍ବଳ ବର୍ଗର ଉନ୍ନତି ଏବଂ ଯୁବକଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଦିଗରେ କାର୍ଯ୍ୟ କରିଆସୁଛି । ଏଠାରେ ଆର୍ଥିକ ସ୍ଥିତିରେ ଦୁର୍ବଳ ଛାତ୍ରମାନଙ୍କ ପାଇଁ ଆଧୁନିକ ଓ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିଛି । ଏଥି କାର୍ଯ୍ୟକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି ମଧ୍ୟ ଉପସ୍ଥିତ ରହିବେ ।


