Home ଆଞ୍ଚଳିକ ଡେପୁଟି କଲେକ୍ଟର ଆଶା ଥିଲା, ସରକାର ଯାହା ଦେବେ ସେଥିରେ ଖୁସି ହେବି: ପ୍ରମୋଦ

ଡେପୁଟି କଲେକ୍ଟର ଆଶା ଥିଲା, ସରକାର ଯାହା ଦେବେ ସେଥିରେ ଖୁସି ହେବି: ପ୍ରମୋଦ

5

୧୧/୦୯/୨୧ (ଜିଲ୍ଲା ଖବର) : ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ଓଡିଆ ପୁଅ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ରାଜ୍ୟ ସରକାର। ପ୍ରମୋଦ ଭଗତଙ୍କୁ ୬ କୋଟିର ଚେକ୍ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ । ସମ୍ବର୍ଦ୍ଧିତ ହେବା ପରେ ପ୍ରତିକ୍ରିୟା ରଖି ଓଡ଼ିଶାବାସୀଙ୍କୁ ସ୍ଵର୍ଣ୍ଣ ପଦକ ଉତ୍ସର୍ଗ କରୁଛି କହିଛନ୍ତି ପ୍ରମୋଦ ଭଗତ। ମୁଁ ସ୍ଵର୍ଣ୍ଣ ଜିତେ ବୋଲି ଓଡ଼ିଶାବାସୀ ଆଶା କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଆଗକୁ ଯାଇପାରିଛି ବୋଲି ପ୍ରମୋଦ ଭଗତ କହିଛନ୍ତି ।

ବହୁ ଘାତ, ପ୍ରତିଘାତ ଦେଇ ଆଗକୁ ଆସି ସ୍ୱର୍ଣ୍ଣ ଜିତିଛି । ଟୋକିଓ ପାରାଲିମ୍ପିକ୍ସରେ ୨୦ ବର୍ଷର ତପସ୍ୟା ସଫଳ ହେଲା। ସରକାର ୬ କୋଟି ଦେଲେ ଗ୍ରୁପ-ଏରେ ଚାକିରି ଘୋଷଣା କରିଛନ୍ତି । ଡେପୁଟି କଲେକ୍ଟର ଆଶା ଥିଲା, ସରକାର ଯାହା ଦେବେ ସେଥିରେ ଖୁସି ହେବି ବୋଲି ପ୍ରମୋଦ କହିଛନ୍ତି । ଏହାସହ ଖେଳ ପ୍ରତି ଆଗକୁ ଅଧିକ ଗୁରୁତ୍ଵ ଦେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି । ପ୍ରୋତ୍ସାହନ ମିଳିଲେ ଆଗକୁ ଅନେକ ପ୍ରମୋଦ ସୃଷ୍ଟି ହେବେ। ଆଗକୁ ଆହୁରି ପ୍ରମୋଦ ସ୍ଵର୍ଣ୍ଣ ଜିତିବେ ବୋଲି ସେ ଆଶା କରିଛନ୍ତି। ଏହାସହ ତାଙ୍କ ଗାଁ ବରଗଡ଼ ଅତାବିରାରେ ଷ୍ଟାଡିୟମ ନିର୍ମାଣ ପାଇଁ ଅନୁରୋଧ କରିଛନ୍ତି ପ୍ରମୋଦ ଭଗତ।