
ଭଞନଗର,୧୧/୯/୨୧(ଜିଲ୍ଲା ଖବର):
ଭଞନଗର :ଭଞନଗରରେ ଅନୁଷ୍ଠିତ SMEW CAB ଅନଲାଇନ ବୁକିଗ୍ ମାଧ୍ୟମରେ ୧୫ ରୁ ୨୦ମିନିଟ ମଧ୍ୟରେ ଯାତ୍ରୀ ଙ୍କ ନିକଟରେ ଟାକ୍ସି,କାର,ଅଟୋ ର ସୁବିଧା ସୁଯୋଗ ମିଳିପାରିବ।ଏହି କମ୍ପାନୀ ଭୁବନେଶ୍ୱର ପରେ ଭଞନଗର ସ୍ଥିତ ବାଇବାସ ରୋଡ଼ ବିଜୁପଟ୍ଟନାୟକ ଛକ ଠାରେ ନିଜର ଦ୍ୱିତୀୟ ଅଫିସ ଆରମ୍ଭ କରିଛି। ଉଚିତ ଦର ରେ ଉତ୍ତମ ସେବା ଯୋଗାଇ ଦେବାକୁ କମ୍ପାନୀର ଲକ୍ଷ୍ୟ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା କାହ୍ନୁଚରଣ ଗୈଡ଼ କହିଛନ୍ତି।ଏହାର ସୁବିଧା ଆସନ୍ତା ପବିତ୍ର ବିଶ୍ୱକର୍ମା ପୂଜା ଠାରୁ ଆରମ୍ଭ ହେବ । ଲୋକ ମାନେ ଏହି କମ୍ପାନୀର ପ୍ରସ୍ତୁତ ଗୁଗୁଲ ପ୍ଲେ ଷ୍ଟୋର ରୁ “SMEW CAB” ର ଆପ୍ କୁ ଡ଼ାଉନଲୋଡ୍ କରି ନିଜ ଲୋକେସନ ଦେଇ କେଉଁ ସ୍ଥାନକୁ ଯିବେ ତାହା ଲେଖିବା ଦ୍ୱାରା ସେଠାରେ ସଠିକ ଦର ଦେଖାଇବ । ଏହା କୁ ବୁକିଗ୍ କରିବା ପରେ ୧୫-୨୦ମିନିଟରେ ଗାଡ଼ି ପହଂଚିବ ବୋଲି ସେ କହିଛନ୍ତି। ସ୍ମିଉ କ୍ୟାବର ଆପ୍ ମାଧ୍ୟମରେ ଅନଲାଇନ ବୁକିଗ୍ ସହ ୯୭୭୬୧୬୦୦୦୨, ୯୯୩୮୯୫୯୧୧୧ ଏହି ନମ୍ବର ଜରିଆରେ ପୋନ କରି ଅପଲାଇନ ବୁକିଗ୍ କରି ପାରିବେ। ଏହି ସଭା ରେ ସଭାପତିତ୍ୱ କରିଥିଲେ ସମାଜସେବକ ଶୂଳପାଣି ଶତପଥି,ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ଅବସର ପ୍ରାପ୍ତି ରେଞ୍ଜର ଅନୁପମ ବାନାର୍ଜୀ,ବଡ଼କୋଦଣ୍ଡା ଜବାହରଲାଲ ନେହୁରୁ ଉଚ୍ଚବିଦ୍ୟାଳୟ ରପ୍ରଧାନ ଶିକ୍ଷକ ସନ୍ତୋଷ ଜେନା ,ଅଲୋଷ୍ଟା ରାଜ୍ୟ ସଭାପତି ଜଗବନ୍ଧୁ ଜେନା, ସାମ୍ବାଦିକ ବାବୁଲା ପ୍ରଧାନ ପ୍ରମୁଖ ମଚାସିନ ଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କ୍ଷତ୍ରୀୟ ବ୍ରହ୍ମପୁର ଆଞ୍ଚଳିକ ବିଜ୍ଞାନ ମହା ବିଦ୍ୟାଳୟ ର ଅଧକ୍ଷ ବି. ଗୋବିନ୍ଦ ରାଓ, ଡୁମାକୁମ୍ପା ସି.ଆର୍.ସି.ସି ତ୍ରିନାଥ ବେହେରା, ଅଭିନେତା ଆଶିଷ କୁମାର।ଗୈଡ,କଣ୍ଠଶିଳ୍ପୀ ବିଶ୍ୱଜିତ ମହାରଣା, ପ୍ରମୋଦ ପ୍ରଦାନ ପ୍ରମୁଖ ଯୋଗ ଦେଇଥିଲେ। ସ୍ମାର୍ଟ ସିଟି ପରି ଯାତ୍ରୀ ମାନଙ୍କୁ ଯାତାୟତ ରେ କୈଣସି ଅସୁବିଧା ହେବ ନାହିଁ ବୋଲି ସମସ୍ତେ ମତବ୍ୟକ୍ତ କରିଛନ୍ତି ।ଅନୁଷ୍ଠାନ ର ଅଧ୍ୟକ୍ଷ ନୀଳମଣି ପଣ୍ଡା,ସଂଯୋଜକ ଶ୍ରୀ ରାମ ଚଦ୍ର ସାହୁ, ସହ ସ୍ଂଯୋଜକ ସରୋଜ କୁମାର ସ୍ୱାଇଁ,ଗ୍ରାହକ ସେବା ଅଦିକାରୀ ମଧୁସ୍ମିତା ନାୟକ, ଇତିଶ୍ରୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ | କାର୍ଯ୍ୟକ୍ରମ ରେ କମ୍ପାନୀ ସହ ଚୁକ୍ତିବନ୍ଧ ସମସ୍ତ ଗାଡି ମାଲିକ, ଡ୍ରାଇଭର ତଥା ଅଟୋ ଆସୋସିଏସନ, କାର ଆସୋସିଏସନ ଆଦି କର୍ମକର୍ତ୍ତା ସମତେ ନିମନ୍ତ୍ରିତ ବ୍ୟକ୍ତି ଉପସ୍ଥିତ ଥିଲେ। ଶେଷ ରେ କାହ୍ନୁଚରଣ ଗୈଡ଼ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ : ନେହା ମହାରଣା




