Monday, October 12, 2026
Home ଆଞ୍ଚଳିକ କାଯ୍ୟରତ ଫରେଷ୍ଟର ଜଣେ ଯୁବକକୁ ମାଡ ମାରିବା ନେଇ ଫରେଷ୍ଟ ଅଫିସ ସାମ୍ନାରେ ବୈଠକ

କାଯ୍ୟରତ ଫରେଷ୍ଟର ଜଣେ ଯୁବକକୁ ମାଡ ମାରିବା ନେଇ ଫରେଷ୍ଟ ଅଫିସ ସାମ୍ନାରେ ବୈଠକ

17

କନ୍ଧମାଳ, ୧୦/୯,(ଜିଲ୍ଲା ଖବର):
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗୁମିକିଆ ପଞ୍ଚାୟରେ ଦୀର୍ଘ ଦିନ ଧରି ଚାଲିଛି ବୃକ୍ଷ ରୋପଣ କାର୍ଯ୍ୟକ୍ରମ । ଦୀର୍ଘ ଦିନ କାର୍ଯ୍ୟ କରିବା ପରେବି ପରିଶ୍ରମ ଅର୍ଥ ପାଉନଥିବା ଅଭିଯୋଗ ଆଣିଛନ୍ତି ଏଲୀୟସ ପ୍ରଧାନ । ଜୁଲାଇ ମାସଠାରୁ କାମ କରିଛନ୍ତି ଏଲୀୟସ ହେଲେ ଆଉ ପାଇବାକୁ ବାକି ଅଛି 550 (ପାଞ୍ଚ ଶହ ପଚାଶ ଟଙ୍କା) ଟଙ୍କା । ଏହି ଟଙ୍କା ପାଇଁ ସିମନବାଡି ବନାଞ୍ଚଳ ବୁଡ଼ାଗୁଡା ସେକ୍ସନ ଅଫିସ କଯ୍ୟାଳୟ କୁ ଗୁରୁବାର ସନ୍ଧ୍ୟା ସମୟରେ ଆସି ଫରେଷ୍ଟର ହରିଶ୍ଚନ୍ଦ୍ର ପ୍ରଧାନଙ୍କୁ ଟଙ୍କା ମାଗିଥିଲେ । ଫରେଷ୍ଟର କହିଥିଲେ ତୁମର ସବୁଟଙ୍କା ଦିଆ ସରିଛି ମୁଁ ଆଉ ଦେଇପାରିବି ନାହିଁ କହି ସିଧା ସିଧା ମନାକରିଥିଲେ ଟଙ୍କା ଦେବା ପାଇଁ । ହେଲେ ମୁଁ କାମ କରିଛି ଟଙ୍କା ପାଇବାର ଅଛି କହି କିଛି ସମୟ ରହିବା ପରେ ଉଭୟଙ୍କ ମଧ୍ୟରେ ବଚଷା ହୋଇଥିଲା।ଏଭଳି ଘଟଣା ସକାଳୁ ସକାଳୁ ଚର୍ଚ୍ଚା ହେବାରେ ଲାଗିଲା ପରେ ଏଲୀୟସ ଗ୍ରାମରେ ଖବର ଦେବାପରେ ଗ୍ରାମର କିଛ ଭଦ୍ରଲୋକ ନେତା ଘଟଣା ସମ୍ପର୍କରେ ଜାଣିବା ପାଇଁ ବୁଡ଼ାଗୁଡା ସେକ୍ସନ ଅଫିସ ସାମ୍ନାରେ ବୈଠକ ବସିଛି । ଏଲୀୟସ କାମ କରି ଟଙ୍କା ପାଇନାହାନ୍ତି ନା ଏଠି ଜାଣିଶୁଣି ଫରେଷ୍ଟରକୁ ଫସାଇ ଦିଆ ଯାଉଛି । ତାହା ଦେଖିବାକୁ ବାକି ରହିଲା |
ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ