
ଫୁଲବାଣୀ,୧୦/୯(ଜିଲ୍ଲା ଖବର):
କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ସୁଡ୍ରେଜୁ ଗ୍ରାମ ପଞ୍ଚାୟତର ସର୍ମୀପଡା ଗ୍ରାମର ଦୁଇଜଣ ଜଙ୍ଗଲୀ ବାରାହା ଆକ୍ରମଣରେ ଆହତ ହୋଇଛନ୍ତି ! ଆହତ ଦୁଇଜଣଙ୍କ ନାମ ବାଲୁଙ୍କେଶ୍ଵର କହଁର ଏବଂ ରମେଶ କହଁର !ସେମାନେ ଫୁଲବାଣୀ ମେଡିକାଲରେ ଚିକିତ୍ସା ପାଇଁ ଭର୍ତି ହୋଇଛନ୍ତି !ତେବେ ସେମାନଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ,ଦୁଇଜଣ ଯାକ ଋଷିମୁଣ୍ଡି ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିବାବେଳେ ପ୍ରଥମେ ବାଲୁଙ୍କେଶ୍ଵରକୁ ଏକ ବଡ ଜଙ୍ଗଲୀ ବାରାହା ହଠାତ ଆକ୍ରମଣ କରିଥିଲା ,ଫଳରେ ବାଲୁଙ୍କେଶ୍ଵର ତଳେ ପଡିଯାଇ ଚିତ୍କାର କରିବାରୁ ପାଖରେ ଥିବା ରମେଶ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ବାରାହା ତାଙ୍କୁ ମଧ୍ୟ ଆକ୍ରମଣ କରି ବିଭିନ୍ନ ଜାଗାରେ କାମୁଡ଼ି ଦେଇଥିଲା !ଫଳରେ ବାରାହା କବଳରୁ ରକ୍ଷା ପାଇବା ପାଇଁ ଦୁଇଜଣ ପ୍ରାଣ ବିକଳରେ ଚିତ୍କାର କରିଥିଲେ !ତାଙ୍କ ଚିତ୍କାର ଶୁଣି ଜଙ୍ଗଲକୁ କାଠପାଇଁ ଯାଇଥିବା କିଛି ଗ୍ରାମବାସୀ ସେମାନଙ୍କ ପାଖରେ ପହଞ୍ଚିଥିଲେ ଏବଂ ଦୁହେଁଙ୍କୁ ବାରାହା କବଳରୁ ରକ୍ଷା କରିବା ସହିତ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଫୁଲବାଣୀ ମେଡିକାଲକୁ ଆଣି ଭର୍ତି କରିଛନ୍ତି ! କନ୍ଧମାଳ ରୁ ଗୌର ପ୍ରସାଦ ଙ୍କ ସହ ପ୍ରତାପ ଦିଗାଲ ଙ୍କ ରିପୋର୍ଟ୍



