
ହିଞ୍ଜିଳିକାଟୁ, ୧୦/୯ (ଜ଼ିଲ୍ଲା ଖବର ):
ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ହିଞ୍ଜିଳିକାଟୁ ଗସ୍ତରେ ଆସି ଶାସନ ଆମ୍ବଗାଁର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଦୁର୍ବନ୍ଧର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ନିର୍ମିତ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକୁ ବୁଲି ଦେଖିଛନ୍ତି। ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି. ଆଓ, ଗଞ୍ଜାମ ଜିଲାପାଳ ବିଜୟଅମୃତା କୁଲାଙ୍ଗେ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ହିଞ୍ଜିଳିକାଟୁ ଗୋଷ୍ଠି ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ଅତିରିକ୍ତ ଜିଲା ଶିକ୍ଷାଧିକାରୀ ବିନିତା ସେନାପତି ଓ ହିଞ୍ଜିଳିକାଟୁ ବ୍ଳକ ଶିକ୍ଷା ଅଧିକାରୀ ଏସ.ଗିରିଧରଙ୍କ ସହ ଉକ୍ତ ଦୁଇ ବିଦ୍ୟାଳୟର ସ୍ମାର୍ଟ ଶ୍ରେଣୀ ଗୃହ, ବିଜ୍ଞାନ ଗାର, ଇ-ପାଠାଗାରକୁ ବୁଲି ଦେଖିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶାସନ ଆମ୍ବଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ଅରୁଣ କୁମାର ପଟେଲ, ଦୁର୍ବନ୍ଧ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପାଣିଗ୍ରାହୀ, ବ୍ଳକ ଯୁବ ବିଜେଡି ସଭାପତି ମନୋଜ କୁମାର ସାବତ, ଯୁବ ନେତା ରାମହରି ଶର୍ମା ଓ ବାବୁ ମହାନ୍ତି ଉପସ୍ଥିତ ଥିଲେ।
ରିପୋର୍ଟ : ହିଞ୍ଜିଳକାଟୁ ରୁ ତାପସ କୁମାର ପଣ୍ଡା



