
କନ୍ଧମାଳ, ୦୯/୦୯/୨୧- (ଜ଼ିଲ୍ଲା ଖବର) :
କନ୍ଧମାଳ ଜିଲ୍ଲା ବୁଡାଗୁଡା ର ନାଏବ୍ ସରପଞ୍ଚ ବୁଡାଗୁଡା ରୁ ବାଲିଗୁଡ଼ା ଏକ ମୋଟର ସାଇକଲ ରେ ଆସୁଥିବା ବେଳେ ଆଡ଼ିମାହା ପଞ୍ଚାୟତ ର ଖଡ଼ିଆ କୁଟି ଠାରେ ଗାଡିଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତହୋଇଛି। ଦୁର୍ଘଟଣା ଖବର ଶୁଣିବା ପରେ ଜିଲ୍ଲା ଯୁବ ବିଜୁ ଜନତା ଦଳର ଉପ ସଭାପତି ଶ୍ୟାମ ସିଂ ଭୁକ୍ତା ଓ ସହଯୋଗୀ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇଥିଲେ।
ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ



