
ବିଷମକଟକ,୧୦/୦୯(ଜିଲ୍ଲା ଖବର) : ବିଷମକଟକ ବ୍ଲକ ର ସମନ୍ୱିତ ଶିଶୁ ବିକାଶ ଯୋଜନା ରେ ମହାଦୁର୍ନୀତି ର ସ୍ୱର ଦେଖିବାକୁ ମିଳୁଛି । ସରକାର ଶିଶୁ ମାନଙ୍କ ବୌଦ୍ଧିକ ଓ ସାମଗ୍ରିକ ବିକାଶ ପାଇ ଲକ୍ଷାଧିକ ଟଙ୍କା ବ୍ୟୟ ରେ ଏଇ ସଂସ୍ଥା ଚଳାଇ ଉଭୟ ମାଆ ଓ ଶିଶୁ ମାନଙ୍କ ଭବିଷ୍ୟତ ଉଜ୍ବଳ ପାଇଁ ବେଶ ତତ୍ପର ହୋଇଥିବା ଜଣାପଡିଛି । କିନ୍ତୁ ଏଇ ମାସେ ଆଗରୁ କାର୍ଯ୍ୟ ରତ ଅଙ୍ଗନବାଡି କର୍ମୀ ଙ୍କର ରିଟାଇରମେଣ୍ଟ ହୋଇ ଥିବାବେଳେ , ଏକ ବିଧିବଦ୍ଧ ଭାବେ ନୂତନ କର୍ମୀ ଙ୍କ ନିଯୁକ୍ତି ପାଇଁ ଆବେଦନ କରାଯାଇଥିଲା । ହାଟମୁନିଗୁଡା , ଖମ୍ବସୀ , ତଥା କୁମ୍ଭାର ଧାମୁଣି ଭଳି କେତୋଟି ଅଙ୍ଗନବାଡି କେନ୍ଦ୍ର ପାଇଁ ନିଜ ନିଜ ଗାଁ ଗୁଡିକରୁ ଉପଯୁକ୍ତ ତଥ୍ୟ ସହିତ ଗାଁ ଗୁଡିକର ବିବାହିତ ମହିଳା ,ବିଧବା ମହିଳା ନିଜନିଜ ର ଶିକ୍ଷାଗତ ଯୋଗ୍ୟତା ସହିତ ନିଜକୁ ନିଯୁକ୍ତି ପାଇଁ ଆଶାୟୀ ଥିବାବେଳେ , ସମନ୍ୱିତ ଶିଶୁ ବିକାଶ ଯୋଜନା ର ଶିଶୁ ବିକାଶ ଯୋଜନା ଅଧିକାରୀ ଶ୍ରୀମତୀ ସୁଶିଳା ଶବର ଓ କିଛି ଷ୍ଟାଫ ଙ୍କ ଅସାଧୁତା ସହ ମନଇଚ୍ଛା ଭାବେ ହାତଗୁଂଜା ପାଇଁ ମନଇଚ୍ଛା ଭାବେ କର୍ମୀ ନିଯୁକ୍ତି କରା ଯାଇଥିବା ଅଭିଯୋଗ ହେଉଛି । ଖଂବେସି ଭଳି ଉପାନ୍ତ ଅଂଚଳରୁ ମଧ୍ୟ ଅଭିଯୋଗ ଆସିଥିବା ବେଳେ ଆଜି ହାଟ ମୁନିଗୁଡା ରୁ କିଛି ବ୍ୟକ୍ତି cdpo ମୋହଦୟା ଙ୍କୁ ଅଭିଯୋଗ ପାଇଁ ଯାଇଥିବା ବେଳେ ସେମାନଙ୍କ କଥାକୁ ଗୁରୁତ୍ୱ ନ ଦେଇ ଅନ୍ୟତ୍ର ଚାଲିଯାଇଥିଲେ , ସୂଚନା ଥାଉ କି ମହୋଦୟା ମଧ୍ୟ ନିଜ ଫୋନ କୁ ମଧ୍ୟ ସୁଇଛଅଫ କରିଦେଇଥିଲେ , ଏ ସଂକ୍ରାନ୍ତ ରେ ଉପଖଣ୍ଡ ଗୁଣୁପୁର ର ଉପଜିଲ୍ଲାପାଳ ଙ୍କୁ ଖଂବେସି ର ଜଣେ ଅଭିଯୋଗ କାରୀ ନିଜ ସ୍ତ୍ରୀ ପାଇଁ ନିଯୁକ୍ତି ରେ ଲାଞ୍ଚ କାରବାର ଓ ମାନମାନି କଥା ଜଣାଇବାକୁ ବହୁବାର ଫୋନ ଯୋଗେ ଚେଷ୍ଟା କରିଥିଲେ ମଧ୍ୟ ସୁଫଳ ମିଳିନଥିଲା । ସରକାର ଙ୍କ ନିୟମ ଅନୁଯାୟୀ ଗାଁ ର ବିଧବା ସ୍ତ୍ରୀ , ବା ବୋହୁ ତଥା ବିବାହିତ ମହିଳା ଙ୍କ ପାଇଁ ଏ ପ୍ରକାର ନିଯୁକ୍ତି ହେଲେ ଶିଶୁ , ପ୍ରସୂତି ମହିଳା , ଗର୍ଭବତୀ ମହିଳା ଙ୍କ ବୌଦ୍ଧିକ ବିକାଶ ସହିତ ଅନେକ ସଚେତନତା ସୃଷ୍ଟି ହୋଇ , ସମାଜ ର ମଙ୍ଗଳ ହେବାର ନଜିର ଥିବା ବେଳେ ବହୁ ଅର୍ଥ କାରବାର ହୋଇ cdpo ମେମସାଵ ବହୁ ପୂର୍ବରୁ ମେଚଫିକ୍ସିଂ କରି ସାରିଥିବା କଥା ବି ଶୁଣିବାକୁ ମିଳୁଛି । ଏହି ମାମଲା ଉପ ଜିଲ୍ଲାପାଳ ଙ୍କ ଅଫିସ ରେ ଥିବା ଜନୈକ ମହିଳା କର୍ମଚାରୀ ଙ୍କ ସହତ ଚେର ଜଡିତ ଥିବା ମଧ୍ୟ ଆଲୋଚନା ହେଉଛି । ବୁଦ୍ଧିଜିବି ମହଲ ରେ ଏଇ ଘଟଣା ର ତଦନ୍ତ କରାଯାଇ ବିଧିବଦ୍ଧ ଭାବେ ନିଯୁକ୍ତି ରେ ସ୍ଥଗିତାଦେଶ କରାଯିବାକୁ ଦାବି ହେଉଛି ।


